27.1 C
Bhubaneswar
Sunday, July 13, 2025
Homeଓଡିଶାଜରି ମାଉସୀଙ୍କ ବିୟୋଗରେ ବୈଜୟନ୍ତଙ୍କ ଶୋକ

ଜରି ମାଉସୀଙ୍କ ବିୟୋଗରେ ବୈଜୟନ୍ତଙ୍କ ଶୋକ

ଭୁବନେଶ୍ୱର: ଜରୀ ମାଉସୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବୈଜୟନ୍ତ ପଣ୍ଡା । କହିଛନ୍ତି ଜରି ମାଉସୀ ତଥା କମଳା ମହାରଣାଙ୍କ ବିୟୋଗରେ ଗଭୀର ମର୍ମାହତ । ମହିଳା ସଶକ୍ତିକରଣର ଅନନ୍ୟ ପ୍ରତୀକ ଥିଲେ ଜରି ମାଉସୀ । ଅଦରକାରୀ ଜରି ସାଉଁଟି ପରିବେଶ ସୁରକ୍ଷା ଦିଗରେ ପ୍ରେରଣା ଥିଲେ ସେ । ଜରିରୁ ଘରୋଇ ଉପକରଣ କରି ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟଙ୍କୁ ସ୍ୱାବଲମ୍ବୀ କରିଥିଲେ । ମହତ୍ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା ସହ ସମ୍ମାନ ଜଣାଇଥିଲେ । ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ ।

ସୂଚାନଯୋଗ୍ୟ, କେନ୍ଦ୍ରାପଡାର ଜରି ମାଉସୀ ତଥା କମଳା ମହାରଣାଙ୍କ କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଗତ ଏପ୍ରିଲ ୨୮ ତାରିଖରେ ଅସାବଧାନତା ହେତୁ ଘରେ ପଡିଯିବା ପରେ କମଳାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପରିବାର ଲୋକେ କଟକର ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଶନିବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking