ନୂଆଦିଲ୍ଲୀ: ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଗୁରୁ ଦାୟିତ୍ୱ । ଆସାମ ଓ ତାମିଲନାଡୁ ନିର୍ବାଚନ ପାଇଁ ପ୍ରଭାରୀଙ୍କ ନାଁ ଘୋଷଣା କରିଛି ବିଜେପି । ଆସାମ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି କେନ୍ଦ୍ରାପଡାର ସାଂସଦ ବୈଜୟନ୍ତ ପଣ୍ଡା । ସେହିପରି ପୀୟୁଷ ଗୋଏଲ ତାମିଲନାଡୁ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଯୁକ୍ତି ଦେଇଛନ୍ତି । ପୂର୍ବରୁ ଆସାମରେ ବିଜେପି ସରକାର ଆଣିବାରେ ବୈଜୟନ୍ତ ପଣ୍ଡାଙ୍କୁ ନିର୍ବାଚନ ଦାୟିତ୍ୱ ଦିଆଯାଇଥିଲା । ସେ ସଫଳତାର ସହିତ ବିଜେପି ସରକାର ଆଣିବାରେ ସଫଳ ହୋଇଥିଲେ । ଯେଉଁଥିପାଇଁ ଦଳ ପକ୍ଷରୁ ଆଉ ଥରେ ତାଙ୍କୁ ଦଳ ଭରସା କରି ପୁଣି ଆସାମ ଦାୟିତ୍ୱ ଦେଇଛି । ବୈଜୟନ୍ତ ପଣ୍ଡାଙ୍କ ସହିତ ୨ ଜଣ କୋ- ଇନଚାର୍ଜ ମଧ୍ୟ ରହିଛନ୍ତି । ସୁନୀଲ ଶର୍ମା ଯିଏକି ,ଜମ୍ମୁ- କଶ୍ମୀର ବିଧାୟକ, ଆନ୍ୟ ଜଣେ ଦର୍ଶନ ଯାଦୋଶ ।










