14.1 C
Bhubaneswar
Friday, January 16, 2026
Homeଓଡିଶାଆରମ୍ଭ ହେଲା ବାହୁଡା ପ୍ରସ୍ତୁତି , ଶ୍ରୀମନ୍ଦିରକୁ ଫେରିବେ ତିନି ଠାକୁର

ଆରମ୍ଭ ହେଲା ବାହୁଡା ପ୍ରସ୍ତୁତି , ଶ୍ରୀମନ୍ଦିରକୁ ଫେରିବେ ତିନି ଠାକୁର

ପୁରୀ : ଶ୍ରୀମନ୍ଦିରକୁ ଫେରିବେ ତିନି ଠାକୁର । ଆରମ୍ଭ ହୋଇଗଲାଣି ବାହୁଡ଼ାଯାତ୍ରାର ପ୍ରସ୍ତୁତି । ଆଜି ଷଷ୍ଠୀରେ ତିନିରଥ ନେବ ଦକ୍ଷିଣ ମୋଡ଼ । ନାକଚଣା ଦ୍ବାରସ୍ଥିତ ଶରଧାବାଲିରେ ବିଜେ କରିବେ ତିନି ରଥ । ଏଥିପାଇଁ ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିକୁ ସଫାସୁତୁରା କରାଯାଇଛି । ତେବେ ରଥଯାତ୍ରା ପରଠାରୁ ତିନିରଥ ଉତ୍ତରମୁହାଁ ହୋଇ ରହିଥିଲେ। ବାହୁଡ଼ାଯାତ୍ରା ପୂର୍ବପ୍ରସ୍ତୁତି ସ୍ବରୂପ ତିନିରଥକୁ ଦକ୍ଷିଣମୋଡ଼ ଦେଇ ସୁସଜ୍ଜିତ କରି ରଖାଯିବ। ଆଜି ସେବାୟତ ଓ ପୁଲିସଙ୍କ ସହଯୋଗରେ ତିନିରଥକୁ ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିକୁ ନିଆଯିବ । ମଧ୍ୟାହ୍ନରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନିରଥ ଦକ୍ଷିଣ ମୋଡ଼ ନେଇ ଶରଧାବାଲିରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତ ହୋଇ ରହିବେ। ପରମ୍ପରା ଅନୁଯାୟୀ, ପ୍ରଥମେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ ପାଇଁ ଶରଧାବାଲିକୁ ନିଆଯିବ। ଏହା ପରେ ବଡଠାକୁରଙ୍କ ତାଳଧ୍ୱଜ ରଥ ଓ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଟାଣି ଦକ୍ଷିଣ ମୁହାଁ କରି ରଖାଯିବ। ଦକ୍ଷିଣମୋଡ଼ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଶ୍ରୀମନ୍ଦିର ବୈଷୟିକ ଟିମ୍ ଓ ପୂର୍ତ୍ତ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ୩ ରଥର ଯାଞ୍ଚ କରାଯାଇଛି । ଆସନ୍ତା ୧୪ ତାରିଖ ନବମୀ ସନ୍ଧ୍ୟା ଦର୍ଶନ ଦେବେ ମହାବାହୁ । ସକାଳ ୭ଟା ରୁ ଅପରାହ୍ନ ୫ଟା ଯାଏଁ ଦର୍ଶନ କରି ପାରିବେ ଶ୍ରଦ୍ଧାଳୁ । ଅପରାହ୍ଣ ୫ଟା ପରେ ଦର୍ଶନ ବନ୍ଦ ହୋଇ ଆସନ୍ତା ୧୫ ତାରିଖରେ ହେବ ବାହୁଡ଼ାଯାତ୍ରା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking