ଭୁବନେଶ୍ୱର: ବାହୁଡା ଯାତ୍ରାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସୁରୁଖୁରୁରେ ଅନୁଷ୍ଠିତ ହେବ ବାହୁଡା ଯାତ୍ରା । ସୁପରିଚାଳନା ପାଇଁ ସବୁ ଦିଗକୁ ଲକ୍ଷ୍ୟ ରଖାଯାଇଛି । ସମସ୍ତ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହେବ । ପୋଲିସଠୁ ପ୍ରଶାସନିକ ବ୍ୟବସ୍ଥା ଯାଏଁ ନଜର ରଖାଯାଇଛି । ବାହୁଡାଠାରୁ ନୀଳାଦ୍ରିବିଜେ ଯାଏଁ ସବୁ ଠିକଠାକ ହେବ ।