18.1 C
Bhubaneswar
Sunday, February 8, 2026
Homeଓଡିଶାବହୂ ଚର୍ଚ୍ଚିତ ନଗଡା କୁ ବିଶ୍ଵ ଦକ୍ଷତା କେନ୍ଦ୍ର ପରିଦର୍ଶନ

ବହୂ ଚର୍ଚ୍ଚିତ ନଗଡା କୁ ବିଶ୍ଵ ଦକ୍ଷତା କେନ୍ଦ୍ର ପରିଦର୍ଶନ

ଯାଜପୁର: ଜିଲ୍ଲା ପ୍ରଶାସନ ଯାଜପୁର ଙ୍କ ତରଫ ରୁ ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡା ର ଅନୁନ୍ନତ ଜନଜାତି (ବିରହୋର ଓ ଜୁଆଙ୍ଗ ସମ୍ପ୍ରଦାୟର) ଅଧିବାସୀ ଛାତ୍ର ଛାତ୍ରୀମାନଙ୍କୁ ଜିଲ୍ଲା ର କିଛି ବରିଷ୍ଠ ଅଧିକାରୀଙ୍କ ସହାୟତାରେ ବିଶ୍ଵ ଦକ୍ଷତା କେନ୍ଦ୍ର, ଭୁବନେଶ୍ୱର ପରିଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ପି. ଅନ୍ଵେସା ରେଡ୍ଡୀ ଆଜି ସକାଳ ୧୧ ଟା ସମୟରେ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ, ଅଧ୍ୟକ୍ଷ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ, ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ସୂତନ୍ତ୍ର ଅଧିକାରୀ ବିରହୋର ଓ ଯୁଆଙ୍ଗ ଉନ୍ନୟନ ସଂସ୍ଥା ଇତ୍ୟାଦି ଙ୍କ ଉପସ୍ଥିତି ରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏକ ବସ ଯୋଗେ ପ୍ରାୟ ୬୦ ରୁ ଊର୍ଦ୍ଧ୍ବ ନଗଡା ର ଅନୁନ୍ନତ ଜନଜାତି ସମ୍ପ୍ରଦାୟ ର ଛାତ୍ର ଛାତ୍ରୀ ବିଶ୍ଵ ଦକ୍ଷତା କେନ୍ଦ୍ର, ଭୁବନେଶ୍ଵର ଆଭିମୁଖ୍ୟ ଯାତ୍ରା କରିଥିଲେ।

ଏହି ବିଶ୍ଵ ଦକ୍ଷତା କେନ୍ଦ୍ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିଦର୍ଶନର ମୁଖ୍ୟ ଉଦେଶ୍ୟ ହେଲା ନଗଡା ସ୍ଥିତ ଅନୁନ୍ନତ ଜନଜାତି ବର୍ଗ ର ଛାତ୍ର ଛାତ୍ରୀ ମାନଙ୍କ ଜୀବନ ଶୈଳୀ ରେ ଉନ୍ନତି ପାଇଁ ଦକ୍ଷତା ବିକାଶ ସମ୍ବନ୍ଧୀୟ ସଚେତନ କରିବା ସହିତ ବୈଷୟିକ ଶିକ୍ଷା ପ୍ରତି ସେମାନଙ୍କ ମଧ୍ୟ ରେ ଆଗ୍ରହ ସୃଷ୍ଟି କରିବା। ତତ୍ ସହିତ ସମ୍ପ୍ରତି ସରକାର ଙ୍କ ଦ୍ଵାରା ପ୍ରଚଳିତ ବିଭିନ୍ନ ସ୍ୱଳ୍ପ ଏବଂ ଦୀର୍ଘ ଅବଧି ର ଦକ୍ଷତା ବିକାଶ ତାଲିମ୍ କାର୍ଯ୍ୟକ୍ରମରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରି ରୋଜଗାରକ୍ଷମ କରାଇବା। ଏହି ବିଶ୍ଵ ଦକ୍ଷତା କେନ୍ଦ୍ର ପରିଦର୍ଶନ କାର୍ଯ୍ୟକ୍ରମ କୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ, ଶ୍ରୀ ସୁଶାନ୍ତ କୁମାର ନାୟକ, ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ, ଶ୍ରୀ ପ୍ରଭାତ କୁମାର ବସ୍ତୀ, ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ କର୍ମଚାରୀ, ଶ୍ରୀ ରାକେଶ କୁମାର ନାୟକ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking