23.1 C
Bhubaneswar
Saturday, February 14, 2026
Homeଓଡିଶାକୁଲଡ଼ିହା ଜଙ୍ଗଲରେ ବାଘୁଣୀ ଯମୁନା

କୁଲଡ଼ିହା ଜଙ୍ଗଲରେ ବାଘୁଣୀ ଯମୁନା

ବାଲେଶ୍ବର: ବାଘୁଣୀ ‘ଜୀନତ୍‌’ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡର ରାଜାବସା ଅଞ୍ଚଳରେ ବୁଲୁଥିବା ବେଳେ ଅନ୍ୟ ଏକ ବାଘୁଣୀ ‘ଯମୁନା’ ମଧ୍ୟ ଶିମିଳିପାଳ ଛାଡ଼ି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ର କୁଲଡିହା ଅଭୟାରଣ୍ୟ ଆଡ଼କୁ ମୁହାଁଇଛି। ତେବେ ଯମୁନା ରାଜ୍ୟ ଭିତରେ ଥିବାରୁ ବନ ବିଭାଗକୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ସୂଚନା ଅନୁସାରେ, ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ଶିମିଳିପାଳ ଉପକଣ୍ଠରେ ବାଘ ପାଦ ଚିହ୍ନ ଦେଖିବାକୁ ମିଳିଥିଲା। ଏହାକୁ ନେଇ ନିକଟସ୍ଥ ମହିଷାସୁରୀ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି।ଗତକାଲି ରାତିରେ ଲୋକେ ବାଘ ହେଣ୍ଟାଳ ଶୁଣିଥିବା କହିଛନ୍ତି। ଏନେଇ ଆର୍‌ସିସିଏଫ ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି ଯେ ବାଘୁଣୀ ‘ଯମୁନା’ ଏବେ ଯେଉଁ ଜଙ୍ଗଲରେ ରହିବା କଥା, ସେହି ଜଙ୍ଗଲରେ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking