26.1 C
Bhubaneswar
Monday, April 14, 2025
Homeଦେଶ ବିଦେଶକିଛି ଖେଳ ହୋଇଛି: ବଦ୍ରି

କିଛି ଖେଳ ହୋଇଛି: ବଦ୍ରି

ଭୁବନେଶ୍ୱର: ୱାକଫ ବିଲ ଭୋଟିଂରେ ବିଜେଡି ଦୁଇ ଫାଳ ନେଇ ବରିଷ୍ଠ ବିଜେଡି ନେତା ବଦ୍ରିନାରାୟଣ ପାତ୍ର ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । କିଛି ଖେଳ ହୋଇଛି ବୋଲି ଶ୍ରୀ ପାତ୍ର କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ଦଳରେ ନିଷ୍ପତ୍ତି ହେଲା ପରେ ଏଭଳି କାର୍ଯ୍ୟ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ବିଲକୁ ବିରୋଧ କରିବାକୁ ବିଜେଡି ସଭାପତି କହିଥିବା ସାଂସଦ ମୁନା ଖାଁ କହିଥିଲେ । ନବୀନ ବାବୁ ଏହାକୁ ବିରୋଧ କରିବା ପାଇଁ କହିବା ପରେ ଏଭଳି କେମିତି ହେଲା ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି । ଏଭଳି କିଭଳି ହେଲା, କିଛି ଖେଳ ହୋଇଛି ଯାହା ଚିନ୍ତାର ବିଷୟ । ଏଭଳି ଖେଳ କିଏ କଲା ତାହା ଖୋଜା ଚାଲିଛି ବୋଲି ଶ୍ରୀ ପାତ୍ର କହିଛନ୍ତି । ଏହାଛଡ଼ା ହୁଇପ କାହିଁକି ଜାରି କରାଗଲାନି, ତାହା ସନେ୍ଦହରେ ବୋଲି ଶ୍ରୀ ପାତ୍ର କହିଛନ୍ତି।

ପ୍ରକାଶ ଯେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଛି ୱାକଫ୍ ବିଲ୍ ସଂଶୋଧନ । ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଏଏନଆଇକୁ ପ୍ରତିକ୍ରିୟା ଦେଇ ଏହି ସୂଚନା ଦେଇଛନ୍ତି ବିଜେଡି ସାଂସଦ । କହିଛନ୍ତି ଯେ, ସେ ବିଲକୁ ସମର୍ଥନ କରିଛନ୍ତି । ତେବେ ବିଜେଡିର ବାକି ସାଂସଦଙ୍କ ସମ୍ପର୍କରେ ଏନେଇ କୌଣସି ଆଲୋଚନା କରିନାହାନ୍ତି । ୱାକଫ୍ ବିଲକୁ ନେଇ ପୂର୍ବରୁ ଜୋରଦାର ବିରୋଧ କରିଥିଲା ବିଜେଡି । ତେବେ ଭୋଟିଂରେ ଦଳର ସାଂସଦମାନେ ଭାଗ ନେବେ କି ନାହିଁ, ସେ ନେଇ ଦେଖା ଦେଇଥିଲା ଦ୍ବନ୍ଦ୍ବ । କିନ୍ତୁ ଗତକାଲି ସସ୍ମିତ ତାଙ୍କ ଟ୍ବିଟରରେ ଉଲ୍ଲେଖ କରିଥିଲେ ଯେ ଭୋଟିଂରେ ଭାଗ ନେବା ନେଇ କୌଣସି ହ୍ବିପ ଜାରି କରାଯାଇନାହିଁ । ତେଣୁ ସଦସ୍ୟମାନେ ନିଜ ବିବେକ ଅନୁସାରେ ଭୋଟ ଦେଇପାରିବେ । ସେପଟେ କିନ୍ତୁ ବିଜେଡିର ଅନ୍ୟତମ ସାଂସଦ ମୁନା ଖାନ୍ ବିଲ୍ ବିରୋଧରେ ନିଜର ମତ ରଖିଥିଲେ। ଏପରିକି ତାଙ୍କ ଦଳ ବିଲ୍ ବିରୋଧରେ ଭୋଟ୍ କରିବ ବୋଲି କହିଥିଲେ । ଏବେ ପ୍ରଶ୍ନ ଉଠୁଛି, ଯଦି ସସ୍ମିତ ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି। ତାହେଲେ ବାକି ସାଂସଦମାନେ ସପକ୍ଷରେ କି ବିପକ୍ଷରେ ଭୋଟ୍ ଦେଇଛନ୍ତି, ତାହା ଏବେବି ସସପେନ୍ସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking