ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ବ୍ୟାଡମିଣ୍ଟନ ହାଇପରଫର୍ମାନ୍ସ ସେଣ୍ଟର ଉଦଘାଟିତ ହୋଇଛି । ଉଦଘାଟନ କରିଛନ୍ତି ବ୍ୟାଡମିଣ୍ଟନ ସଂଘ ସଭାପତି ହିମନ୍ତ ବିଶ୍ୱଶର୍ମା । ଏହି କାଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କ୍ରୀଡା ମନ୍ତ୍ରୀ ଉପସ୍ଥିତ ଥିଲେ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଭୁବନେଶ୍ୱର ଫେରିଆସି କଳିଙ୍ଗ ଷ୍ଟାଡିୟମରେ ବ୍ୟାଡ଼ମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର ଉଦ୍ଘାଟନ କାର୍ୟ୍ୟକ୍ରମରେ ଯୋଗଦେବେ । ବ୍ୟାଡ଼ମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆର ସଭାପତି ଭାବରେ ହିମନ୍ତ ବିଶ୍ୱଶର୍ମା ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି କାର୍ୟ୍ୟକ୍ରମରେ ଯୋଗଦେବେ । ଆଜି ଏକ ଘରୋଇ ହୋଟେଲରେ ରାତ୍ରି ଯାପନ କରି ଆସନ୍ତାକାଲି ଆସାମ ଫେରିଯିବେ ହିମନ୍ତ ବିଶ୍ୱଶର୍ମା।










