30.1 C
Bhubaneswar
Saturday, October 5, 2024
Homeଓଡିଶାନଭେମ୍ବର ୧୩ରେ ଧବଳେଶ୍ୱର ବଡ଼ଓଷା

ନଭେମ୍ବର ୧୩ରେ ଧବଳେଶ୍ୱର ବଡ଼ଓଷା

କଟକ: ଧବଳେଶ୍ୱର ପୀଠରେ କାର୍ତ୍ତିକ ପଞ୍ଚକ ବ୍ରତ ଓ ବଡ଼ଓଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅକ୍ଟୋବର ୧୮ରୁ ନଭେମ୍ବର ୧୫ ଯାଏ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ହେବ। ସେହିପରି ୧୨ ନଭେମ୍ବରରୁ ୧୫ ଯାଏ ୪ ଦିନ ଧରି ପଞ୍ଚକ ବ୍ରତ ପାଳନ କରାଯିବ।୧୩ରେ ବଡ଼ଓଷା, ବଡ଼ସିଂହାର ବେଶରେ ଦର୍ଶନ ଦେବେ ବାବା ଧବଳେଶ୍ୱର। ୧୩ ରାତିରେ ଧବଳେଶ୍ୱରଙ୍କ ପାଖେ ଲାଗି ହେବ ଗଜଭୋଗ ଓ ତରଣ। ୧୪ ତାରିଖ ଭୋରରୁ ଶ୍ରଦ୍ଧାଳୁଙ୍କ ପାଇଁ ଗଜଭୋଗ ବିତରଣ କରାଯିବ। ୧୫ ନଭେମ୍ବର କାର୍ତ୍ତିକ ବ୍ରତ ଶେଷ ସହ ବୋଇତ ଭସାଣ ହେବ। ଧବଳେଶ୍ଵରଙ୍କ ପୀଠରେ କାର୍ତ୍ତିକ ପଞ୍ଚକ ବ୍ରତ ଓ ବଡ଼ଓଷା ପାଇଁ କଟକ ଜିଲ୍ଲାପାଳ ଡି ସିନ୍ଧେ ଅଧ୍ୟକ୍ଷତାରେ ପ୍ରସ୍ତୁତି ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଏପରି ନିଷ୍ପତ୍ତି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking