ଭୁବନେଶ୍ୱର: ଧବଳେଶ୍ୱରଙ୍କ ପୀଠରେ ନଭେମ୍ବର ୩ ସୋମବାର ଦିନ ବଡଓଷା ପାଳନ ହେବ । ନଭେମ୍ବର ୪ ମଙ୍ଗଳବାର ସକାଳୁ ଗଜଭୋଗ ବିତରଣ କରାଯିବ । ନଭେମ୍ବର ୫ ରେ ଡଙ୍ଗା ଭସା ସହିତ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯିବ । ଅକ୍ଟୋବର ୮ରୁ ନଭେମ୍ବର ୫ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ କରାଯିବ । ନଭେମ୍ବର ୧ରୁ ୫ ଯାଏଁ ବ୍ରତ ପାଳନ କରାଯିବ । ବାବା ଧବଳେଶ୍ୱରଙ୍କ ପୀଠରେ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହେଲା ।










