20.1 C
Bhubaneswar
Saturday, December 21, 2024
Homeଦେଶ ବିଦେଶମହାକାଶରେ ବ୍ୟାକ୍ ଟୁ ବ୍ୟାକ୍ ଉଲ୍‌କା ପାତ

ମହାକାଶରେ ବ୍ୟାକ୍ ଟୁ ବ୍ୟାକ୍ ଉଲ୍‌କା ପାତ

ୱାଶିଂଟନ୍‌: ଆସନ୍ତା ୩୦ ତାରିଖରେ ମହାକାଶରେ ଏକ ବଡ଼ ଅଲୌକିକ ଘଟଣା ଦେଖିବାକୁ ମିଳିବ । ଏହି ସମୟରେ ମହକାଶରେ ଉଲ୍‌କାପାତ ଭଳି ମହାଜାଗତିକ ଦୃଶ୍ୟ ପରିଲକ୍ଷିତ ହେବ ବୋଲି ମହାକାଶ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ଦୁଇଟି ଉଲ୍‌କା ପିଣ୍ଡ ପରସ୍ପର ସହ ଧକ୍କା ଖାଇବା ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହେବ । ଏପରି ହେଲେ ଉତ୍ତର ଗୋଲାର୍ଦ୍ଧରେ ଘଣ୍ଟା ପ୍ରତି ୧୫ ରୁ ୨୦ ଉଲ୍‌କା ଖସିବେ, ଯାହାକି ଉଲ୍‌କା ବର୍ଷା ଭାବେ ବିବେଚିତ ହେବ । ଅନ୍ଧକାର ଆକାଶମାର୍ଗରେ ଏହାକୁ ନୀରିକ୍ଷଣ କରାଯାଇପାରେ । ସେହିପର ଏହି ମହାଜାଗତିକ ଦୃଶ୍ୟକୁ ଦକ୍ଷିଣ ଗୋଲାର୍ଦ୍ଧରେ ଆହୁରି ଭଲଭାବେ ଦେଖାଯାଇପାରିବ ବୋଲି ବିଶେଷଜ୍ଞ କହିଛନ୍ତି । ଅନ୍ୟପକ୍ଷେ ଆମେରିକୀୟ ମେଟେଅର୍ ସୋସାଇଟି ଅନୁଯାୟୀ ଏହି ଉଲ୍‌କାପାତ ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ସେହିପରି ଚଳିତ ବର୍ଷ ଆଉ ଥରେ ମଧ୍ୟ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ ।
ମହାକାଶ ବିଜ୍ଞାନୀ ଏହି ଦୁଇ ଉଲ୍‌କାକୁ ଡେଲଟା ଆକ୍ୱାରିଡ୍ ଏବଂ ଆଲ୍‌ଫା କାପ୍ରିକୋରନିଡ୍ ନାମ ଦେଇଛନ୍ତି । ଡେଲଟା ଆକ୍ୱାରିଡ୍ ହେଉଛି ଏକ ଉଚ୍ଚ ଗତି ଏବଂ ଉଜ୍ଜ୍ୱଳ ଉଲ୍‌କାପିଣ୍ଡ । ଅପରପକ୍ଷରେ ଆଲ୍‌ଫା କାପ୍ରିକୋରନିଡ୍ ଏହାର ମନ୍ଥର ଗତି ଏବଂ ସୁନ୍ଦର ରଙ୍ଗ ପାଇଁ ପ୍ରସିଦ୍ଧ । ଜୁଲାଇ ୩୦ର ରାତିରେ ଆକାଶରେ ଏହି ଦୁଇଟି ଉଲ୍‌କାପିଣ୍ଡ ପରସ୍ପର ସଂସ୍ପର୍ଶରେ ଆସିବେ (ପରସ୍ପର ସହ ଧକ୍କା), ଯାହାକି ବିଶେଷକରି ଟେଲିସ୍କୋପ ସାହାଯ୍ୟରେ ସହଜରେ ଦେଖାଯାଇପାରିବ । ସେହିପରି ବର୍ଷା ସମୟରେ ମଧ୍ୟ ସଫା ଆକାଶରେ ଏହାକୁ ସହଜରେ ଦେଖାଯାଇପାରିବ । ବାସ୍ତବରେ ଏହି ଉଭୟ ଉଲ୍‌କା ପିଣ୍ଡ ସୂର୍ଯ୍ୟ ଚାରିପଟେ ଘୂର୍ଣ୍ଣୟମାନ ସ୍ଥିତିରେ ରହିଛନ୍ତି । ତେବେ ଏହି ଦୁଇ ଉଲ୍‌କାପିଣ୍ଡ ଆସନ୍ତା ୩୦ ତାରିଖ ରାତି ସମୟରେ ପୃଥିବୀର ଅତି ନିକଟତର ହେବେ । ଏହାର ପ୍ରଭାବରେ ଆକାଶରେ ଛୋଟଛୋଟ ଉଲ୍‌କାପାତ ଦେଖିବାକୁ ମିଳିବ ।
ମହାକାଶରେ ଉଲ୍‌କା ପିଣ୍ଡ ଦେଖାଯିବା ଏକ ସ୍ୱାଭାବିକ ପ୍ରକ୍ରିୟା । ଏହା ଏକ ପ୍ରକାର ଜ୍ୟୋତିର୍ବିଜ୍ଞାନ ଅନ୍ତର୍ଗତ ଘଟଣା । ପୃଥିବୀ ଯେତେବେଳେ ଧୂମକେତୁ ଏବଂ ଗ୍ରହାଣୁପୁଞ୍ଜ ମଧ୍ୟରେ ଗତି କରେ ସେତେବେଳେ ପରସ୍ପର ସହ ଧକ୍କା ହୋଇ ଉଲ୍‌କା ପାତ ହୋଇଥାଏ । ସାଧାରଣତଃ ଉଲ୍‌କା ପିଣ୍ଡ ଘଣ୍ଟା ପ୍ରତି ୧ ଲକ୍ଷ କିଲୋମିଟର ବେଗରେ ଗତି କରିଥାଏ । କିନ୍ତୁ ଆସନ୍ତା ୩୦ ତାରିଖରେ ଘଟିବାକୁ ଯାଉଥିବା ଏହି ଉଲ୍‌କାପାତ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । କାରଣ ଏହା ଦୁଇଟି ଉଲ୍‌କା ପିଣ୍ଡର ସମ୍ମିଶ୍ରଣ ଯୋଗୁ ଘଟିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking