ଭଦ୍ରକ: ବାପାମାଆ ବିକ୍ରି କରିଦେଇଥବା ଶିଶୁ କନ୍ୟା ଉଦ୍ଧାର । ବୟାଁବନାପୁର ଗାଁର ମାସକର ଶିଶୁକନ୍ୟା କଟକରୁ ଉଦ୍ଧାର ହୋଇଛି । ଉଦ୍ଧାର କରି ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କଲା ଭଣ୍ଡାରିପୋଖରୀ ପୋଲିସ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ସିଡବ୍ଲୁସିକୁ ହସ୍ତାନ୍ତର କରାଯିବ ଶିଶୁକନ୍ୟା । ବାପାମାଆ ନାତୁଣିକୁ ବିକ୍ରି କରି ଦେଇଥିବା ନେଇ ଗତକାଲି ଅଭିଯୋଗ କରିଥିଲେ ଶିଶୁକନ୍ୟାଙ୍କ ଜେଜେମାଆ ।










