ଓଡାପଡା: ଓଡାପଡା ବ୍ଲକ ଅନ୍ତର୍ଗତ ଗଦାଶିଳା ସେକ୍ସେନ ଅଧୀନ ମହାଦିଆ ଗ୍ରାମ ଠାରେ ଗତକାଲି ରାତିରେ ଏକ ହାତୀ ଛୁଆର ବିଦ୍ୟୁତ ଆଘାତରେ ଜୀବନ ଚାଲିଯାଇଥ୍ବା ଜଣା ପଡିଛି । ହାତାପଲ ବିଲରୁ ଧାନ ଫସଲ ଖାଇବା ଉଦ୍ଦେଶ୍ୟରେ ହାତୀପଲ ମଠରଗଡି ଜଙ୍ଗଲରୁ ବାହାରି ବିଲକୁ ଯିବା ସମୟରେ ମହାଦିଆ ଗ୍ରାମରେ ଫସଲ ରକ୍ଷା କରିବା ପାଇଁ ଚାଷୀମାନେ ଜମି ଚାରିପଟେ ଦେଇଥିବା ସୋଲାର କରେଣ୍ଟରେ ଲାଗି ଯିବାରୁ ହାତୀଛୁଆ ସେଥିରୁ ମୁକୁଳି ନପାରି ମୃତ୍ୟୁବରଣ କରିଥିବା ଜଣାପଡିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବନ ବିଭାଗ କର୍ମଚାରୀମାନେ କହିଛନ୍ତି । ତେବେ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀମାନେ ଜଗି ରହି ମା ହାତୀର ଗତିବିଧି ଉପରେ ନଜର ରଖିଥିବା ଜଣାପଡିଛି ।










