କଟକ: କଳାଧନ ସମ୍ପର୍କିତ ଏସଆଇଟି ବୈଠକ ଶେଷ ହୋଇଛି । ଏହି ବାବଦରେ ଜଷ୍ଟିସ ଅରିଜିତ ପଶାୟତ ସୂଚନା ଦେଇଛନ୍ତି । ଚିଟଫଣ୍ଡ ଘଟଣାରେ ଜମାକାରୀ ଟଙ୍କା ଫେରସ୍ତ ପାଉଛନ୍ତି । ତଦନ୍ତ ବେଳେ ଇଡି ଟିମ ଫଣ୍ଡ କମ୍ପାନୀର ସମ୍ପତ୍ତି ଜବତ କରିଛି । ରାଜ୍ୟରେ ଉଚ୍ଚ ପଦସ୍ଥ ସରକାରୀ ଅଧିକାରୀଙ୍କଠୁ ବେଶୀ କଳାଧନ ଜବତ ହୋଇଛି । ଏହି ଟ୍ରେଣ୍ଡ ଏବେ ଓଡିଶାରେ ବଢୁଛି କହିଛନ୍ତି ଅରିଜିତ ପଶାୟତ । ପଦବିର ଅପବ୍ୟବହାର କରି କଳାଧନ ଠୁଳ କରୁଛନ୍ତି ବାବୁ । ସେପ୍ଟେମ୍ବରରେ ଦଶମ ଅନ୍ତରୀଣ ରିପୋର୍ଟ ସୁପ୍ରିମକୋର୍ଟଙ୍କୁ ଦିଆଯିବ ।