25.1 C
Bhubaneswar
Wednesday, February 11, 2026
Homeଓଡିଶାଅଧିବେଶନ ବେଳେ ହେଡକ୍ୱାର୍ଟର ଛାଡିପାରିବେନି ବାବୁ: ମନୋଜ ଆହୁଜା

ଅଧିବେଶନ ବେଳେ ହେଡକ୍ୱାର୍ଟର ଛାଡିପାରିବେନି ବାବୁ: ମନୋଜ ଆହୁଜା

ଭୁବନେଶ୍ୱର: ଆଗାମୀ ବିଧାନସଭା ଅଧିବେଶନ  ସମୟରେ ସରକାରୀ ବାବୁମାନେ ବିଦେଶ ଗସ୍ତ କରିପାରିବେନି । ହେଜଡକ୍ୱାର୍ଟର ବାହାରେ ବୈଠକ କରିବେନି କିମ୍ବା କୌଣସି  ପୂର୍ବ ନିର୍ଦ୍ଧାରିତ ଗସ୍ତ କାଯ୍ୟକ୍ରମ ରହିଥିଲେ ମଧ୍ୟ ତାକୁ ବଦଳାଇଦେବାକୁ ଚିଠି କରି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜ।। ଏହି ଚିଠି ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ , ପ୍ରମୁଖ ଶାସନ ସଚିବ , କମିଶନର ତଥା ଶାସନ ସଚିବମାନଙ୍କୁ ହୋଇଛି ।  ଚିଠିରେ ଶାସନ ସଚିବ ସ୍ପଷ୍ଟ ଭାବେ ଲେଖିଛନ୍ତି , ଚତୁର୍ଥ ଅଧିବେଶନ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେଉଛି ଯାହା ଏହି ମାସ ୨୫ ତାରିଖରେ ହିଁ  ଶେଷ ହୋଇଯିବ ।  ତେଣୁ ମାତ୍ର ସପ୍ତାହେ ଚାଲିବାକୁ ଥିବା  ଏହି ବିଧାନସଭା ଅଧିବେଶନ ବେଳେ  ଏହା ସମ୍ପର୍କିତ  ସମସ୍ତ କାଯ୍ୟ ଗମ୍ଭୀରତାର ସହ ଯଥାଶୀଘ୍ର ଗୁରୁତ୍ୱ ଦିଆଯାଇଛି । ବିଧାନସଭା ପ୍ରଶ୍ନ ସମେତ ଗୃହରେ ଉପସ୍ଥାପନ ହେଉଥିବା ଅନ୍ୟ  ପ୍ରସଙ୍ଗର ଉତ୍ତର  ଓ ତଥ୍ୟ ଯେପରି ଠିକ ସମୟରେ ଦିଆଯାଏ ସେଥିପାଇଁ ସମସ୍ତ ବିଭାଗୀୟ  ଉଚ୍ଚ ଅଧିକାରୀ  ବ୍ୟକ୍ତିଗତ ଧ୍ୟାନ ଦେବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ । ବିଭାଗୀୟ ସଚିବମାନେ ବିଦେଶ ଗସ୍ତରୁ ନିବୃତ୍ତ ରହିବା ରାଜ୍ୟ ବାହାରକୁ ଗସ୍ତ ଯଥାସମ୍ଭବ ସୀମୀତ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ସଭା ବଦଳରେ ଭିଡିଓ କନଫେରେନ୍ସିଂ ବ୍ୟବସ୍ଥାର ବହୁଳ ବ୍ୟବହାର କରିବାକୁ କୁହାଯାଇଛି ।  ଏପରିକି ବିଧାନସଭା ସମୟରେ କେଉଁ ଖବର କାଗଜରେ କଣ ପ୍ରମୁଖ ଖବର ସ୍ଥାନ ପାଉଛି ସେଗୁଡିକର ସ୍ଥିତି ଅନୁଧ୍ୟାନ କରି ଉଚିତ ପଦକ୍ଷେପ ନେବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking