15.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରସ୍ତାବ ଆଣିଲେ ବବିତା ଚୌହ୍ବାନ

ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରସ୍ତାବ ଆଣିଲେ ବବିତା ଚୌହ୍ବାନ

ବ୍ୟୁରୋ: ଉତ୍ତରପ୍ରଦେଶରେ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ପ୍ରସ୍ତା୍ବ ଆଣିଛନ୍ତି ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ବବିତା ଚୌହ୍ବାନ । ବବିତା ଚୌହ୍ବାନ ଆଣିଥିବା ପ୍ରସ୍ତାବ ଅନୁଯାୟୀ, ଏଣିକି ଜିମ, ବିୟୁଟି ପାର୍ଲର, ସେଲୁନ ଓ ଟେଲର ଦୋକାନରେ ମହିଳା ଟ୍ରେନର ଓ କର୍ମଚାରୀଙ୍କ ଉପସ୍ଥିତ ଅନିବାର୍ଯ୍ୟ ହେବ। ତେବେ ସଂସ୍ଥାମାନଙ୍କୁ ଏହି ନିୟମ ପାଳନ କରିବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯିବ। ଯାହାଫଳରେ ସେମାନେ ବିନା କୌଣସି ବାଧା ଓ ଅସୁବିଧାରେ ଏ ପ୍ରସ୍ତାବକୁ ପାଳନ କରି ପାରିବେ। ସଂସ୍ଥାଗୁଡ଼ିକର ପୁଲିସ ଭେରିଫିକେସନ ବି ହେବ। ଏଭଳି ନିଷ୍ପତ୍ତି ଦ୍ବାରା ମହିଳାମାନେ ସୁରକ୍ଷିତ ରହିବା ସହିତ ସେମାନଙ୍କ ରୋଜଗାର ବି ବୃଦ୍ଧି ପାଇବ। ଏଥିସହିତ ମହିଳାମାନଙ୍କ ସହିତ ଜଡ଼ିତ ଅସଦାଚରଣ ଓ ଯୌନ ନିର୍ଯାତନା ଭଳି ମାମଲା ହ୍ରାସ ପାଇବ। ଏକ ସୁରକ୍ଷିତ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ବବିତା ଚୌହ୍ବାନ ପ୍ରତିକ୍ରିୟା ଦେଇ କହିଛନ୍ତି। ଉଦାହରଣ ସ୍ବରୂପ ଏହି ପ୍ରସ୍ତାବ ଅନୁସାରେ, ଏଣିକି ପୁରୁଷ ଟେଲର୍‌ ମହିଳାଙ୍କ ପୋଷାକ ତିଆରି ପାଇଁ ମାପ ନେବା ବା ପାର୍ଲରରେ ମହିଳାଙ୍କ ସେବା ପାଇଁ ପୁରୁଷ ରହିବା ଅନୁଚିତ। ଏଥିପାଇଁ ମହିଳାମାନଙ୍କୁ ନିୟୋଜିତ କରାଯିବ। ଏହି ପ୍ରସ୍ତାବ ଆଣିବା ପରେ ଡକ୍ଟର ବବିତା ସିଂହ ଚୌହ୍ବାନ ଚର୍ଚ୍ଚାର ପରିସରରେ ରହିଛନ୍ତି। ଲୋକେ ତାଙ୍କ ବିଷୟରେ ଜାଣିବାକୁ ଚାହିଁଛନ୍ତି। ଲୋକସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଉତ୍ତରପ୍ରଦେଶର ବିଜେପି ସରକାର ଆୟୋଗ ଓ ନିଗମ ଗଠନ କରିଥିଲା। ଏହି କ୍ରମରେ ଉତ୍ତରପ୍ରଦେଶର ସରକାର ବି ରାଜ୍ୟ ମହିଳା ଆୟୋଗ ଗଠନ କରିଥିଲା। ବିଜେପି ନେତା ବବିତା ଚୌହ୍ବାନଙ୍କୁ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଭାବେ ଚୟନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking