21.1 C
Bhubaneswar
Saturday, December 6, 2025
Homeଓଡିଶାବାବା ଧବଳେଶ୍ୱରଙ୍କୁ ଲାଗି ହେଲା ଗଜଭୋଗ

ବାବା ଧବଳେଶ୍ୱରଙ୍କୁ ଲାଗି ହେଲା ଗଜଭୋଗ

ଭୁବନେଶ୍ୱର: ଆଜି ପବିତ୍ର ବଡଓଷା ସରିବା ସହ ବାବା ଧବଳେଶ୍ୱରଙ୍କ ନିକଟରେ ଲାଗି ହେଲା ପ୍ରିୟ ଗଜଭୋଗ । ଏହି ଉପଲକ୍ଷେ ଦର୍ଶନ ପାଇଁ ବାବାଙ୍କ ପୀଠରେ ଲାଗିରହିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ରହିଛି । ତ୍ରୟୋଦଶ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଆଠଗଡର ଆରାଧ୍ୟ ବାବା ଧବଳେଶ୍ୱରଙ୍କ ପାଖରେ ପ୍ରସିଦ୍ଧ ଗଜଭୋଗ ଲାଗି କରାଯାଇଛି । ବଡ ଓଷା ଓ କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ପାଇବା ପରେ ନିଜର ବ୍ରତ ଉଦଯାପନ କରିଛନ୍ତି । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମହାନଦୀରେ ବୁଡ ପକାଇଥିବା ବେଳେ ସୁରକ୍ଷା ଲାଗି ନଦୀ କୂଳ ଘାଟରେ ପୋଲିସ, ଅଗ୍ନିଶମ  ବିଭାଗ, ଓଡ୍ରାଫ ଟିମ ମୁତୟନ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking