ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ମୁଗୁପାଳ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଗୁପାଳ ପରିସରରେ ରାଜ୍ୟ ଶିକ୍ଷକ ଶିକ୍ଷା ଓ ଅନୁସନ୍ଧାନ ପ୍ରଶିକ୍ଷଣ,ଓଡିଶା ତଥା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧୀକରଣ, ଭୁବନେଶ୍ୱର ଆନୁକୂଲ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟ ସମଗ୍ର ଶିକ୍ଷା, ଯାଜପୁର ତରଫରୁ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଏବଂ ରାଷ୍ଟୀୟ ଆବିଷ୍କାର ଅଭିଯାନ ତରଫରୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଓ କୁଇଜ ପ୍ରତିଯୋଗିତା-୨୦୨୫ -୨୬ ଅନୁଷ୍ଠିତ ହୋଇଯାଇଛି l ଏଥିରେ ୩ ଟି ପ୍ରତିଯୋଗିତାରେ ବ୍ଲକ ସ୍ତରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ l ବାଲ ବୈଜ୍ଞାନିକ ପ୍ରଦର୍ଶନୀର ମୁଖ୍ୟ ପ୍ରସଙ୍ଗ ଷ୍ଟେମ ଫର ବିକଶିତ ଓ ଆତ୍ମ ନିର୍ଭର ଭାରତ ଉପରେ ୭୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା l ସେହିପରି ବିଜ୍ଞାନ ମେଳାରେ ପ୍ରାଥମିକ ସ୍ତରରେ ୩୦ ଟି ଓ ମାଧ୍ୟମିକ ସ୍ତରରେ ୩୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା l କୁଇଜ ପ୍ରତିଯୋଗିତାରେ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ପ୍ରତି ବିଭାଗରୁ ୩୦ ଜଣ ଲେଖାଏଁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ବାଲ ବୈଜ୍ଞାନିକ ପ୍ରଦର୍ଶନୀର ୭ଟି ଉପ ପ୍ରସଙ୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ହେଲେ ଦେବୀପ୍ରସାଦ ନାୟକ, ଓ ଏ ଭି, ଜାମଧର, ଜ୍ୟୋତିର୍ମୟୀ ସାମଲ, ତଳବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ, ସୁଜୟ କୁମାର ବଳ, ଓ ଏ ଭି ଗହୀରପାଟୁଳି, ଶୁଭ୍ରଜିତ ଜେନା, ଓ ଏ ଭି, ଉତ୍ତରକୂଳ, ପାଭକି ଦାଶ, ଓ ଏ ଭି, ରସୁଲପୁର, ସ୍ମୃତି ସଂଗୀତା ବେହେରା, ସରକାରୀ ୟୁ ପି ସ୍କୁଲ, କୃଷ୍ଣପଡା ଓ ବିଶ୍ୱରଂଜନ ମହାପାତ୍ର, ଅମ୍ବିକାଦେଵୀ ଉଚ୍ଚ ବିଦ୍ୟାଳୟ ରାଜ୍ୟ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ପାଇଁ ମନୋନୀତ ହେଲେ l
ସେହିପରି ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ସୋମ୍ୟ ପ୍ରକାଶ ମହାପାତ୍ର ପ୍ରଥମ, ବନୀତ ପ୍ରିୟଦର୍ଶୀ ଦ୍ୱତୀୟ ଓ ସାଇ ପ୍ରସାଦ ନାୟକ ତୃତୀୟ ଏବଂ ମାଧ୍ୟମିକ ସ୍ତରରେ ପ୍ରତୀକ୍ଷା ଦାସ ପ୍ରଥମ, ଶ୍ରୀତାଂଶୁ ଶତପଥୀ ଦ୍ୱତୀୟ ଓ ଜିନତ ଫିର୍ଦୋଷ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l କୁଇଜ ପ୍ରତିଯୋଗୀତାରେ ପ୍ରାଥମିକ ସ୍ତରରେ ସୋୟମପ୍ରଭା ସେଠି ପ୍ରଥମ, ଦୀପଙ୍କର ମଲ୍ଲିକ ଦ୍ୱତୀୟ ଓ ଶ୍ରୀୟାଂଶୁ ପାଣି ତୃତୀୟ ଏବଂ ମାଧ୍ୟମିକ ସ୍ତରରେ ଅବିନାଶ ସୁର ପ୍ରଥମ, ଇନ୍ଦ୍ରଜିତ ଦୋରା ଦ୍ୱତୀୟ ଓ ଦେବବ୍ରତ ମଲ୍ଲିକ ତୃତୀୟ ସ୍ଥାନ ଅଧିକାର କରଛନ୍ତି l କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ଶିକ୍ଷାଧିକାରୀ ମହେଶ୍ୱର ସାହୁଙ୍କ ଅଧକ୍ଷତାରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା l ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀ ଏବଂ ବିଜ୍ଞାନ ଶିକ୍ଷକ ମାନଙ୍କୁ ବୈଜ୍ଞାନିକ ମନବୃତ୍ତି ନେଇ ସମାଜର ମଙ୍ଗଳ ସାଧନା ନିମନ୍ତେ ନିଜର ଅଭିବ୍ୟକ୍ତି ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ତଥା ମୁଖ୍ୟବକ୍ତା ରୂପେ ୟୁ ଏନ ଏସ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ ଲଷ୍ମୀନାରାୟଣ କର ଯୋଗଦାନ କରି କୁନି ବୈଜ୍ଞାନିକ ମାନଙ୍କୁ ପରିବେଶ ସୁରକ୍ଷା ସହ ପ୍ଲାଷ୍ଟିକର ବ୍ୟବହାର କମାଇବା ସହ ଏହାର ବିକଳ୍ପ ଆପଣାଇବା ପାଇଁ ମତ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଣୀ ସବିତା ସାହୁ ଏବଂ କୋରେଇ ବ୍ଲକର ମଣ୍ଡଳ ଶିକ୍ଷାଧିକାରୀ ସୁଦର୍ଶନ ମଲ୍ଲିକ ଏବଂ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ସ୍ନେହମୟୀ ଜେନା ଯୋଗଦାନ କରିଥିଲେ ।
ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବିଜ୍ଞାନ ନିରୀକ୍ଷକ ଉକ୍ତ କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିବା ସହ ବିଭିନ୍ନ ପ୍ରତିଯୋଗିତାର ନିୟମାବଳୀର ସୂଚନା ପ୍ରଦାନ କରିଥିଲେ l ଅପରାହ୍ନରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଅପରାହ୍ନରେ ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ବିଜ୍ଞାନ ପ୍ରକଳ୍ପ ଗୁଡିକ ବୁଲି ଦେଖିବା ସହ ପୁରସ୍କାର ବିତରଣ ଉତ୍ସବରେ ଉପସ୍ଥିତ ରହି କୁନି ବୈଜ୍ଞାନିକମାନଙ୍କୁ ଶକ୍ତି ସଂରକ୍ଷଣ ଓ ଜଳ ସଂରକ୍ଷଣ କରିବାର ବିଭିନ୍ନ ଉପାୟମାନ ଉପସ୍ଥାପନା କରିଥିଲେ l ଜଳବାୟୁ ପରିବର୍ତ୍ତନ ଓ ତାର ପ୍ରଭାବ ଜୀବଜଗତ ଉପରେ କିପରି କୁପ୍ରଭାବ ପକାଉଛି ଜଣାଇବା ସହ ଏହାର ସମାଧାନ ପାଇଁ ବିଭିନ୍ନ ଉପାୟମାନ ଦର୍ଶାଇଥିଲେ l ଜିଲ୍ଲା ଶିକ୍ଷାଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ବିଜ୍ଞାନ ନିରୀକ୍ଷକ ଓ ପେଡାଗୋଜି କୋଅର୍ଡିନେଟରଙ୍କ ଉପସ୍ଥିତରେ କୃତ୍ତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ l ଓଡ଼ଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ସାମଲ ମଞ୍ଚ ପରିଚାଳନା କରିଥିଲେ ଏବଂ ଉକ୍ତ ବିଦ୍ୟାଳୟର ପ୍ରଧାଶିକ୍ଷକ ଧନ୍ୟବାଦ ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକୁ ସଫଳ ରୂପାୟନ କରିବାରେ ବିଭିନ୍ନ ବ୍ଲକରୁ ଦାୟିତ୍ରେ ଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ l ଉକ୍ତ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଷ୍ଣୁ ଚରଣ ସାହୁଙ୍କ ସହ ଅନ୍ୟ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ମାନଙ୍କର ଆନ୍ତରିକ ସହଯୋଗରେ କାର୍ଯ୍ୟକ୍ରମଟି ସରସ ଓ ସୁନ୍ଦର ହୋଇଥିଲା ।










