ଭୁବନେଶ୍ୱର : ଆସନ୍ତା ଶିକ୍ଷାବର୍ଷରୁ ବାଲ ବାଟିକା କାର୍ଯ୍ୟକାରୀ ହେବ । ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକାରୀ ହେବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଏଥିପାଇଁ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି ବୋଲି ମନ୍ତ୍ରୀ କହିଛନ୍ତି । ଭିତ୍ତିଭୂନି ପାଇଁ କୌଣସି ଅସୁବିଧା ହେବନି । ବଜେଟରେ ଶିକ୍ଷାକୁ ଅଧିକ ଗୁରୁତ୍ୱ ମିଳିଛି ବୋଲି କହିଛନ୍ତି ମନ୍ତ୍ରୀ ା ଶିକ୍ଷା ପାଇଁ ୩୧ , ୧୮୫ କୋଟି ବ୍ୟୟ ବରାଦ କରାଯାଇଛି ।










