27.1 C
Bhubaneswar
Thursday, December 11, 2025
Homeଦେଶ ବିଦେଶବି. ସୁଦର୍ଶନ ରେଡ୍ଡୀ ବିରୋଧୀ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ

ବି. ସୁଦର୍ଶନ ରେଡ୍ଡୀ ବିରୋଧୀ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ବି.ସୁଦର୍ଶନ ରେଡ୍ଡୀ ଇଣ୍ଡିଆ ମେଣ୍ଟ ଉପରାଷ୍ଟ୍ରପତି ପ୍ରାର୍ଥୀ । ଅବସରପ୍ରାପ୍ତ ବିଚାରପତି ବି.ସୁଦର୍ଶନ ରେଡ୍ଡୀ ବିରୋଧୀଙ୍କ ଉପରାଷ୍ଟ୍ରପତି  ପ୍ରାର୍ଥୀ । ଏନେଇ ପ୍ରାର୍ଥୀ ଘୋଷଣା କଲେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ସୁପ୍ରିମକୋର୍ଟର ବିଚାରପତି ଭାବେ କାଯ୍ୟ କରିଥିଲେ ବି.ସୁଦର୍ଶନ ରେଡ୍ଡୀ ।  ଇଣ୍ଡିଆ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଜଷ୍ଟିସ ବି.ସୁଦର୍ଶନ ରେଡ୍ଡୀ । ସୂଚନାଥାଉ କି, ଏନଡିଏ ଉପରାଷ୍ଟ୍ରପତି ନିର୍ବାଚନରେ ପୂର୍ବରୁ  ମହାରାଷ୍ଟ୍ରର ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣାନଙ୍କୁ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । ସେପ୍ଟେମ୍ବର ୯ ତାରିଖରେ ହେବାକୁ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ । ତା ପୂର୍ବରୁ ଏନଡିଏ ମହାରାଷ୍ଟ୍ରର ବର୍ତ୍ତମାନ ରାଜ୍ୟପାଳ ଥିବା ସିପି ରାଧାକ୍ରିଷ୍ଣାନଙ୍କୁ ନିଜର ପ୍ରାର୍ଥୀ କରିଛି । ଏବଂ ଇଣ୍ଡିଆ ମେ ବି. ସୁଦର୍ଶନ ରେଡ୍ଡୀକୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ବି. ସୁଦର୍ଶନ ରେଡ୍ଡୀ ହେଉଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି । ବର୍ତ୍ତମାନ ଇଣ୍ଡିଆ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ । ଓସମାନିଆ ବିଶ୍ୱବିଦ୍ୟାଳୟର ଆଇନଗତ ପରାମର୍ଶଦାତା । ୧୯୯୫ ମେ ୨ରେ ଆନ୍ଧ୍ର ହାଇକୋର୍ଟର ସ୍ଥାୟୀ ବିଚାରପତି । ବି. ସୁଦର୍ଶନ ରେଡ୍ଡୀଙ୍କ ଜନ୍ମ ୧୯୪୬ଜୁଲାଇ ୮ରେ । ୧୯୭୧, ଡିସେମ୍ବର ୨୭ରେ ଆନ୍ଧ୍ରପ୍ରଦେଶ ବାର କାଉନସିଲରେ ଓକିଲ ମଧ୍ୟ ରହିଥିଲେ । ଆନ୍ଧ୍ର ହାଇକୋର୍ଟରେ ରିଟ ଓ ସିଭିଲ ମାମଲାରେ ଅଭ୍ୟାସ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking