30.1 C
Bhubaneswar
Thursday, May 22, 2025
Homeଓଡିଶା+୨ ପରେ ବି କରିହେବ ବିଏଡ : ମନ୍ତ୍ରୀ

+୨ ପରେ ବି କରିହେବ ବିଏଡ : ମନ୍ତ୍ରୀ

ଭୁବନେଶ୍ୱର : +୨ ପରେ ବି କରିହେବ ବିଏଡ । ଏନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂଯ୍ୟବଂଶୀ ସୂରଜ । ୧୬ଟି ଅନୁଷ୍ଠାନରୁ ୮ଟି ଅନୁଷ୍ଠାନ ସହ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।  ୫ ବର୍ଷ ବଦଳରେ ୪ ବର୍ଷର ନୂଆ କୋର୍ସ ରହିବ । ଆସିବ ନୂଆ କୋର୍ସ ଆଇଟିଇପି ।

ରାଜ୍ୟରେ ଥିବା ୧୬ ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ ଟି ଅନୁଷ୍ଠାନ ସହିତ ନିକଟସ୍ଥ ମହାବିଦ୍ୟାଳୟର  ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି, ଯେଉଁଥିରେ ଗ୍ରାଜୁଏସନ୍ ନୁହେଁ ବରଂ ଏଣିକି ଯୁକ୍ତ ୨ ପରେ ହେବ ବିଇଡି ପାଠ ପଢ଼ା । ଏଥିପାଇଁ ଆସିବ ୪ ବର୍ଷର ନୂଆ ଆଇଟିଇପି କୋର୍ସ । ଆଇଟିଇପି ନାଁରେ ନୂଆ କୋର୍ସ ରହିବ । ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ଅନେକ ସୃଜନଶୀଳ କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ପକ୍ଷରୁ ନିଆଯାଉଛି ।  ଆଇଟିଇପି  ସେଥିରୁ  ଅନ୍ୟତମ ।  ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷରେ ଶିକ୍ଷକ ଶିକ୍ଷଣ କୋର୍ସ ଶେଷ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking