ଭୁବନେଶ୍ୱର: ‘ଆୟୁଷ୍ମାନ’ ଯୋଜନା ସମସ୍ୟାର ସମାଧାନ ଆସନ୍ତା ୩ ଦିନରେ ହେବ । ଏନେଇ ଆୟୁଷ୍ମାନ ଚିନ୍ତନ ଶିବିରରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଆୟୁଷ୍ମାନ ଭାରତ କାର୍ଡ ସମସ୍ତ ସମସ୍ୟା ଖୁବଶୀଘ୍ର ସମାଧାନ ହେବ । ଯେଉଁ ହିତାଧିକାରୀଙ୍କର କାର୍ଡ ହୋଇନାହିଁ, ସେମାନେ ଆବେଦନ କରିପାରିବେ । ଡିଜିଟାଲ ମାଧ୍ୟମରେ ତଥ୍ୟ ଦେଖିପାରିବେ ଓ ଆବେଦନ ସ୍ଥିତି ଜାଣିପାରିବେ । ଆଗାମୀ ଦିନରେ ଆୟୁଷ୍ମାନ ଭାରତର ସମସ୍ତ ଡାଟା ଓଡିଆରେ ଉପଲବ୍ଧ ହେବ । ସାଧାରଣ ଲୋକଙ୍କୁ ଯୋଜନା ବୁଝିବା ଓ ସୁବିଧା ନେବା ଅଧିକ ସହଜ ହେବ । ଆୟୁଷ୍ମାନ ଯୋଜନାରେ ସୁବିଧା ପାଇଁ ୩ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି ।










