29.1 C
Bhubaneswar
Friday, July 18, 2025
Homeଓଡିଶାଛପା  ଚାଲିଛି ଆୟୁଷ୍ମାନ କାର୍ଡ : ସ୍ୱାସ୍ଥ୍ୟମନ୍ତ୍ରୀ

ଛପା  ଚାଲିଛି ଆୟୁଷ୍ମାନ କାର୍ଡ : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : ଆୟୁଷ୍ମାନ କାର୍ଡ ଛପା ଚାଲିଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆୟୁଷ୍ମାନ ଭାରତ ସହ ଆଇଟି ଇଣ୍ଟିଗ୍ରେସନ ପ୍ରକ୍ରିୟା ଚାଲିଛି । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ଏମଓୟୁ ସ୍ବାକ୍ଷରିତ ମଧ୍ୟ ହୋଇସାରିଛି । ଦିଲ୍ଲୀର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା  । ସେଥିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଏହା ସ୍ବାକ୍ଷରିତ ହୋଇଥିଲା  । ତେବେ ଓଡିଶାରେ ଆୟୁଷ୍ମାନ ପାଇଁ ଏମଓୟୁ ସ୍ବାକ୍ଷରିତ ହେବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇଥିଲେ  । ଏହା ଦ୍ବାରା 1.3 କୋଟି ପରିବାରରେ ସାଢେ 3 କୋଟି ଲୋକ ଉପକୃତ ହେବେ । ଗୋପବନ୍ଧୁ ଜନଆରୋଗ୍ୟ ସହିତ ଆୟୁଷ୍ମାନ ଭାରତ ଗୋଟିଏ କାର୍ଡରେ ମିଳିବ ।ସାରା ଦେଶରେ ଯିଏ ଯେଉଁଠାରେ ରହିଥିଲେ ମଧ୍ୟ ଏହାର ସୁଯୋଗ ପାଇବେ । ଦେଶର 30 ହଜାର ହସ୍ପିଟାଲରେ ଏହି ସୁବିଧା ମିଳିବ ବୋଲି ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୁଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking