ଭୁବନେଶ୍ୱର : ରାଜ୍ୟରେ ସବୁ ପଞ୍ଚାୟତରେ ଖୋଲିବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର । ଦିଲ୍ଲୀରୁ ଫେରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଏଏନଏମଙ୍କ ସହ ହେଲ୍ଥ ୱାର୍କର ରହିବେ । ଆୟୁଷ୍ମାନ ଭାରତରେ କୋଟିଏ ୩ ଲକ୍ଷ ହେବେ ସାମିଲ । ଆୟୁଷ୍ମାନ ଭାରତରେ ପୁରୁଷଙ୍କୁ ୫ ଓ ମହିଳାଙ୍କୁ ୧୦ ଲକ୍ଷର ଚିକିତ୍ସା ସୁବିଧା ରହିଛି । ସାରା ଦେଶରେ ୨୯ ହଜାରରୁ ଅଧିକ ହସ୍ପିଟାଲରେ ଚିକିତ୍ସା ସୁବିଧା ରହିଛି । ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ମିଳିବ ନିରନ୍ତର ଚିକିତ୍ସା । ଓଡିଶାବାସୀଙ୍କୁ ନ୍ୟାୟ ମିଳିଛି , ବିଗତ ଦିନରେ ବଞ୍ଚିତ ଥିଲେ କହିଛନ୍ତି ମୁଖ୍ୟମନ୍ତ୍ରୀ ।