ଭୁବନେଶ୍ୱର: ଜାନୁଆରୀ ନୁହେଁ ଫେବୃଆରୀରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ଆୟୁଷ୍ମାନ ଭାରତ ଲାଗୁ କରାଯିବା ନେଇ କ୍ୟାବିନେଟରେ ପାରିତ ହେବ। କ୍ୟାବିନେଟ ପାରିତ ଓ ଏମଓୟୁ ସ୍ୱାକ୍ଷର ପରେ ଏହା ଲାଗୁ କରାଯିବ। ଏହାପରେ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରାଯିବ। ଯୋଜନା ଅନୁସାରେ ଫେବୃଆରୀରେ ଲାଗୁ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତା ୧୩ ତାରିଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହେବ। ଏମଓୟୁ ସ୍ୱାକ୍ଷରିତ ହେବା ପରେ କାର୍ଡ ପ୍ରିଣ୍ଟ ହୋଇ ଫେବୃଆରୀରୁ ଲାଗୁ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି।