ଯାଜପୁର: ଶୁକ୍ରବାର ଯାଜପୁର ଜିଲ୍ଲା ରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ର ଶୁଭାରମ୍ଭ ଗୌତମ ବୁଦ୍ଧ ସଂସ୍କୃତି ଭବନ, ଯାଜପୁରଠାରେ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଆଇନ୍, ପୂର୍ତ୍ତ ଓ ଅବକାରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଆଜି ହେଉଛି ଆମ ସମସ୍ତଙ୍କ ପାଇଁ ଏକ ଖୁସି ତଥା ଐତିହାସିକ ଦିନ । ଆଜି ଆମ ରାଜ୍ୟରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନା । ଏହି ଯୋଜନା ଅଧିନରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିବ ସ୍ୱାସ୍ଥ୍ୟ କାର୍ଡ । ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ପରିବାରର ମହିଳାଙ୍କ ପାଇଁ ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କା, ଅର୍ଥାତ୍ ବାର୍ଷିକ ୧୦ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ପ୍ରଦାନ କରାଯିବ । ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ୭୦ ବର୍ଷ କିମ୍ବା ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ମିଳିବ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ବରିଷ୍ଠ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା । ଏହି ଯୋଜନା ଅଧିନରେ ୨୯ ହଜାରରୁ ଊଦ୍ଧ୍ୱ ସରକାରୀ ଓ ପଞ୍ଜିକୃତ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ମିଳିପାରିବ ।
ବାହାରେ ରହୁଥିବା ହିତାଧିକାରୀମାନଙ୍କୁ ଆଉ ଦେୟମୁକ୍ତ ସ୍ୱାସ୍ଥ୍ୟ ସେବା ପାଇବାରେ କୌଣସି ଅସୁବିଧା ହେବନାହିଁ । ବୟୋବନ୍ଦନା ଯୋଜନାରେ ହିତାଧିକାରୀମାନେ ଅଲଗା ଏକ ସ୍ୱତନ୍ତ୍ର କାର୍ଡ ପାଇବେ।ନୂତନ ଏକକ କାର୍ଡ଼ ପାଇବା ପର୍ଯ୍ୟନ୍ତ ହିତାଧିକାରୀମାନେ ତାଲିକାଭୁକ୍ତ ହସ୍ପିଟାଲମାନଙ୍କରେ ନିଜର ଆଧାର କାର୍ଡ଼ କିମ୍ବା ବର୍ତ୍ତମାନ ପାଖରେ ଥିବା ସ୍ୱାସ୍ଥ୍ୟ କାର୍ଡ଼ ନମ୍ବର ଦେଇ ଚିକିତ୍ସା ପାଇପାରିବେ । ସମ୍ପୃକ୍ତ ଅଞ୍ଚଳର ଆଶାକର୍ମୀ ଏବଂ ବହୁମୂଖୀ ଜନ ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହାୟତାରେ ହିତାଧିକାରୀମାନଙ୍କୁ କାର୍ଡ଼ ବଣ୍ଟନ କରାଯିବ । ଆଗାମୀ ଦୁଇ-ତିନି ମାସ ମଧ୍ୟରେ ସାଢେ ୩ କୋଟି ନୂତନ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କାର୍ଯ୍ୟ ଶେଷ କରିବାକୁ ସରକାର ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରିଛନ୍ତି । ପବିତ୍ର ବିରଜାଙ୍କ କ୍ଷେତ୍ର ଭାବେ ପରିଚିତ ଯାଜପୁର ଜିଲାରେ ୧୮ ଲକ୍ଷରୁ ଅଧିକ ଲୋକ ଏହି ଯୋଜନା ଦ୍ୱାରା ଉପକୃତ ହେବାକୁ ଯାଉଛନ୍ତି I ଭବିଷ୍ୟତରେ ଆହୁରି ଅଧିକ ହିତାଧିକାରୀ ଏହି ଯୋଜନାରେ ଯେପରି ସାମିଲ ହୋଇ ପାରିବେ ସେଥିନେଇ ଉଦ୍ୟମ ଜାରି ରହିଛି I ଆଜିର ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ, ଯାଜପୁର ଡ. ରବୀନ୍ଦ୍ର ନାରାୟଣ ବେହେରା ଯୋଗ ଦେଇ କହିଲେ ଆଗରୁ ପରିବାରର ସମସ୍ତଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ପ୍ରତ୍ୟେକ ପରିବାରକୁ ଗୋଟିଏ ଲେଖାଏଁ କାର୍ଡ ଦିଆଯାଉଥିଲା ଯାହାଦ୍ଵାରା ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। କିନ୍ତୁ ଆୟୁଷ୍ମାନ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଦୁଇଟି ମିଶ୍ରଣରେ ପରିବାରର ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳି ପାରିବ ଯେମିତି ଲୋକମାନଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ସମଗ୍ର ଭାରତବର୍ଷରେ ଥିବା ଆୟୁଷ୍ମାନ ଭାରତ କାର୍ଡ କାର୍ଯ୍ୟରତ ଚିକିତ୍ସାଳୟରେ ଲୋକମାନେ ଚିକିତ୍ସିତ ହୋଇପାରିବେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଯାଜପୁର ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ଅଧ୍ୟକ୍ଷତା କରି କହିଲେ ଯେଉଁ ହିତାଧିକାରୀଙ୍କ ଆଗରୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ଥିଲା ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ନୂଆ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର କମ୍ବୋ କାର୍ଡ ପାଇବେ। ଏହି କାର୍ଡ ପାଇବା ପାଇଁ କୌଣସି ହିତାଧିକାରୀଙ୍କୁ କୌଣସି ଜନ ସେବା କେନ୍ଦ୍ର କିମ୍ବା ଅନ୍ୟ କୌଣସି ସ୍ଥାନ କୁ ଯିବା ପାଇଁ ପଡ଼ିବନି ପ୍ରତ୍ୟେକ ଗାଁ ର ଆଶା କର୍ମୀ ଓ ଜନସେବା କେନ୍ଦ୍ରର ପରିଚାଳକ ଗାଁ ଗାଁ ବୁଲି ପ୍ରତ୍ୟେକ ଙ୍କ ଘରେ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରିବେ। ବିତରଣ ସମୟ ବିଳମ୍ବ ହେଲେ ମଧ୍ୟ କୌଣସି ହିତାଧିକାରୀ ଚିକିତ୍ସିତ ହେବାରୁ ବଞ୍ଚିତ ହେବେ ନାହିଁ । ଆଗରୁ ଥିବା କାର୍ଡ ଏବଂ ଆଧାର ନମ୍ବର ଦେଖେଇ ଯେକୌଣସି ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବା ପାଇପାରିବେ। କାର୍ଡ ପାଇଁ କୌଣସି ହିତାଧିକାରୀ କାହାକୁ କୌଣସି ପ୍ରକାର ଅବୈଧ ଟଙ୍କା ଦେବେ ନାହିଁ ଯଦି କେହି ମାଗନ୍ତି ତାହେଲେ ପ୍ରଶାସନର ଦୃଷ୍ଟିକୁ ଆଣିବାକୁ ଅନୁରୋଧ କରିଥିଲେ।
ଏହି କାର୍ଡ ମାଧ୍ୟମରେ ଓଡ଼ିଶାର ହିତାଧିକାରୀ ଓଡ଼ିଶା ବାହାରେ ତଥା ସାରା ଭାରତ ବର୍ଷରେ ଏହି କାର୍ଡ କାର୍ଯ୍ୟରତ ଥିବା ଚିକିତ୍ସାଳୟରେ ନିଜ ନିଜ କାର୍ଡ ର ବ୍ୟବହାର କରି ସ୍ଵାସ୍ଥ୍ୟ ସେବା ପାଇପାରିବେ। ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ବଡ଼ଚଣା ବ୍ଲକର ବନ୍ତଳ ପି.ଏଚ.ସି, ବାଉଜଙ୍ଗା ପି.ଏଚ.ସି, ବିରୂପାଗେଙ୍ଗୁଟି ପି.ଏଚ.ସି, ଛତିଆ ପି.ଏଚ.ସି, ଦର୍ପଣି ପି.ଏଚ.ସି, କୋଲହସିଂହ ପି.ଏଚ.ସି, ବାଉଁସମୁଳୀ ପି.ଏଚ.ସି, ଉଦୟଗିରି ବୌଦ୍ଧପୀଠ ପି.ଏଚ.ସି, ଗୋପାଳପୁର୍ ପି.ଏଚ.ସି, ଚଣ୍ଡିଖୋଲ ଓ.ଏଚ ରେ ସମୁଦାୟ ୧୪,୦୦୦ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ୨୫୦ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରାଯାଇଥିଲା। ସେହିପରି ବରୀ ବ୍ଲକର ବାଲିଆ ପି.ଏଚ.ସି, କୃଷ୍ଣନଗର ପି.ଏଚ.ସି, ରତ୍ନଗିରି ପି.ଏଚ.ସି, କଳାମାଟିଆ ସହିଦ ପି.ଏଚ.ସି, ଦର୍ପଣି ପି.ଏଚ.ସି, ଅଙ୍ଗଲୋ ବରୀ ପି.ଏଚ.ସି ରେ ସମୁଦାୟ ୭,୦୦୦ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ୧୨୫ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରାଯାଇଥିଲା। ସେହିପରି ବିଂଝାରପୁର ବ୍ଲକର ବରପଦା ପି.ଏଚ.ସି, କଣ୍ଟିପୁର ପି.ଏଚ.ସି, ରାମଚନ୍ଦ୍ରପୁର ପି.ଏଚ.ସି, ଜରି ପି.ଏଚ.ସି, ସିଂହପୁର ପି.ଏଚ.ସି, ପ୍ରିତିପୁର୍ ପି.ଏଚ.ସି, ହଳଦୀ ଡିହ ପି.ଏଚ ସି, ଉତ୍ତଙ୍ଗର ପି.ଏଚ.ସି ରେ ସମୁଦାୟ ୮୫୦୦ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ୨୦୦ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରାଯାଇଥିଲା। ସେହି ପରି ଦାନଗଦି ବ୍ଲକର ୫ଟି ପି.ଏଚ.ସି ରେ ସମୁଦାୟ ୫୧୧୧ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ୧୨୫ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରାଯାଇଥିଲା।
ଦଶରଥପୁର ବ୍ଲକର ୬ଟି ପି.ଏଚ.ସି ରେ ସମୁଦାୟ ୫୨୩୪ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ୩୬୬୮ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରାଯାଇଥିଲା। ଧର୍ମଶାଳା ବ୍ଲକର ୯ଟି ପି.ଏଚ.ସି ରେ ସମୁଦାୟ ୧୦,୦୦୦ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ୨୫୦ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରାଯାଇଥିଲା। ଯାଜପୁର ବ୍ଲକର ୪ଟି ପି.ଏଚ.ସି ରେ ସମୁଦାୟ ୩୯୭୦ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ୧୦୦ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରାଯାଇଥିଲା। କୋରେଇ ବ୍ଲକର ୬ଟି ପି.ଏଚ.ସି ରେ ସମୁଦାୟ ୭୨୦୦ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ୧୫୦ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରାଯାଇଥିଲା। ରସୁଲପୁର ବ୍ଲକର ୫ଟି ପି.ଏଚ.ସି ରେ ସମୁଦାୟ ୪୪୧୫ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ୧୨୫ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରାଯାଇଥିଲା। ସୁକିନ୍ଦା ବ୍ଲକର ୫ଟି ପି.ଏଚ.ସି ରେ ସମୁଦାୟ ୫୭୫୦ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ୧୨୫ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରାଯାଇଥିଲା। ଯାଜପୁର ମ୍ୟୁନିସିପାଲଟିରେ ସମୁଦାୟ ୧୬୦୦ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ୨୫ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରାଯାଇଥିଲା। ବ୍ୟାସନଗର ମ୍ୟୁନିସିପାଲଟି ରେ ସମୁଦାୟ ୧୦୬୭ ଜଣ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ୨୬ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ପୌର ପରିଷଦ ଶ୍ରୀମତୀ ରଞ୍ଜୁଲତା ହୋତା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ବଳ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।