କଟକ: ଓଡିଶାରେ ଆୟୁଷ୍ମାନ ଭାରତର ଯୋଜନାର ଶୁଭାରମ୍ଭ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ଆଜି ଓଡିଶା ପାଇଁ ଐତିହାସିକ ଦିନ । ଡବଲ ଇଞ୍ଜିନ ସରକାର ଯୋଗୁଁ ଏହା ସଫଳ ହୋଇଛି । ଦୁନିଆର ସବୁଠୁ ବଡ ସୁସ୍ଥ ଆରୋଗ୍ୟ ଯୋଜନା । ଏହା ଇନସୁରାନ୍ସ ନୁହେଁ ଆସ୍ୟୁରାନ୍ସ । ଦେଶରେ ସବୁ କୋଣରେ ସ୍ୱାସ୍ଥ୍ୟ ସେବା ପାଇବେ । ଗାଁ ଗାଁ ଯାଇ ଲୋକଙ୍କୁ କାର୍ଡ ବଣ୍ଟନ କରନ୍ତୁ । ୨୦୧୮ରେ ରାଞ୍ଚିରୁ ପ୍ରଥମେ ଶୁଭାରମ୍ଭ ହୋଇଥିଲା । ସେବେଠୁ ପୂର୍ୱ ମୁଖ୍ୟମନ୍ତ୍ରୀଙ୍କୁ ଲାଗୁ କରିବା ପାଇଁ କହିଥିଲୁ ।