30.1 C
Bhubaneswar
Sunday, March 22, 2026
Homeଓଡିଶା୧୦ଦଫା ଦାବିରେ ଆୟୁଷ ଡାକ୍ତରଙ୍କ ଧାରଣା

୧୦ଦଫା ଦାବିରେ ଆୟୁଷ ଡାକ୍ତରଙ୍କ ଧାରଣା

ଭୁବନେଶ୍ୱର : ୧୦ ବଫା ଦାବିରେ ଓଡ଼ିଶାର ଜାତୀୟ ସ୍ବାସ୍ଥ୍ୟ ମିସନ ଅନ୍ତର୍ଗତ ସମସ୍ତ ଆୟୁଷ ଡାକ୍ତର ଲୋୟର ପିଏମ୍‌ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ତିନିହଜାରରୁ ଏକାଠି ହୋଇ ସରକାରଙ୍କ ଉପରେରେ ବର୍ଷିଛନ୍ତି । କମିଟି କହିଛି ଯେ ୨୦୦୧ରୁ ଏସ୍ଏଚୟୁ, ୨୦୦୭ରୁ କୋଲୋକେଟେଡ୍ ଓ ୨୦୧୩ରୁ ଆର୍‌ବିଏସ୍‌‌କେ ଆୟୁଷ ଡାକ୍ତରମାନେ ସ୍ବଳ୍ପ ବେତନରେ ଚାକିରି କରିବା ସ‌ହିତ ଦୁର୍ଗମ ଅଞ୍ଚଳ ସହିତ ସିଏଚସି ଓ ପିଏଟ୍‌ସି ତଥା ଗ୍ରାମଞ୍ଚଳରେ ସେବା ପ୍ରଦାନ କରୁଛନ୍ତି । ଗ୍ରାମୀଣ ସ୍ବାସ୍ଥ୍ୟ ଓ ପୁଷ୍ଟିକର ଦିବସ ଏବଂ ଜାତୀୟ ଟିକାକରଣର ତଦାରଖ ସହ ବିଭିନ୍ନ ପ୍ରକାରର ଜାତୀୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଅନୁଧ୍ୟାନ କରୁଛନ୍ତି । କିନ୍ତୁ ଯୋଗ୍ୟତା ଅନୁସାରେ ବେତନ ମିଳୁନାହିଁ କିମ୍ବା ଚାକିରିରେ ସ୍ଥାୟିତ୍ଵ ନାହିଁ ।

ପୁର୍ବରୁ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସୁଫଳ ମିଳିନାହିଁ ବୋଲି କହିଛନ୍ତି । ଆଜି ରାଜ୍ୟ ଆୟୁଷ ଡାକ୍ତର ମିଳିତ ସଂଘ ଅଧ୍ୟକ୍ଷ ବିଶ୍ବରଂଜନ ଜେନା, ସମ୍ପାଦକ ‌‌ହିମାଂଶୁ ଶେଖର ମିଶ୍ର, ଆବାହକ ଡା. ଦେବବ୍ରତ ବାରିକଙ୍କ ନେତୃତ୍ବରେ ଚାକିରି ନିୟମିତ କରିବା, ଚାକିରି ନିୟମିତ ହେବା ପର୍ଯ୍ୟନ୍ତ ସମାନ କାମକୁ ସମାନ ଦରମା, ଅବସର ପରବର୍ତ୍ତୀ ଅର୍ଥରାଶି ଏକକାଳୀନ ପ୍ରଦାନ, ୧୧ମାସିଆ ଚୁକ୍ତି ସମ୍ପୂର୍ଣ୍ଣ ଉଚ୍ଛେଦ, ଉଚ୍ଚଶିକ୍ଷା ସମାପ୍ତ ପରେ ଚାକିରିରେ ଯୋଗଦାନ, ଦୁର୍ଘଟଣା କିମ୍ବା ମୃତ୍ୟୁଜନିତ ଆର୍ଥିକ କ୍ଷତି ପୁରଣ, ଗୋପବନ୍ଧୁ ସ୍ବାସ୍ଥ୍ୟ କାର୍ଡ ଯୋଜନାର ଅନ୍ତର୍ଭୁକ୍ତ କରିବା ଆଦି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking