27.1 C
Bhubaneswar
Sunday, June 30, 2024
Homeଦେଶ ବିଦେଶଅଯୋଧ୍ୟା ରାମ ମନ୍ଦିରରେ ପାଣି ଲିକ ଘଟଣା : ପ୍ରତିକ୍ରିୟା ରଖିଲା ଟ୍ରଷ୍ଟ

ଅଯୋଧ୍ୟା ରାମ ମନ୍ଦିରରେ ପାଣି ଲିକ ଘଟଣା : ପ୍ରତିକ୍ରିୟା ରଖିଲା ଟ୍ରଷ୍ଟ

ଅଯୋଧ୍ୟା : ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପରେ ପ୍ରଥମ ବର୍ଷାରେ ଜଳ ଲିକ ହେବା ଖବର ଉପରେ ରାମ ମନ୍ଦିର ଟ୍ରଷ୍ଟ ପ୍ରତିକ୍ରିୟା ରଖିଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୋସିଆଲ ମିଡିଆ ‘ଏକ୍ସ’ରେ ସ୍ପଷ୍ଟୀକରଣ ଦିଆଯାଇଛି । ଟ୍ରଷ୍ଟର ସୁଚନାନୁସାରେ ଅଯୋଧ୍ୟା ରାମମନ୍ଦିରରେ ରାମଲାଲା ବିରାଜ ସ୍ଥଳରେ ପାଣି ପଡ଼ିନି କି ମନ୍ଦିର ଭିତରକୁ ପାଣି ଟୋପାଟେ ଆସିନି । ମନ୍ଦିର ପରକୋଟାରେ ବର୍ଷାଜଳ ନିଷ୍କାସନ ପାଇଁ ଉତ୍ତମ ବ୍ୟବସ୍ଥା ହୋଇଛି ବୋଲି କହିଛି ଟ୍ରଷ୍ଟ । ରାମ ମନ୍ଦିର ଛାତ ଲିକ୍ ହୋଇ ପାଣି ଝରିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନ୍ରିପେନ୍ଦ୍ର ମିଶ୍ରା ।ମିଶ୍ରା କହିଛନ୍ତି ଯେ, ମନ୍ଦିର ଛାତରୁ କୌଣସି ଲିକ୍ ହୋଇ ନାହିଁ । ବିଦ୍ୟୁତ୍ ତାର ଲଗାଇବା ପାଇଁ ଯେଉଁ ସ୍ଥାନ ଖାଲି ଛଡାଯାଇଛି, ସେହିଥିରୁ ପାଣି ଲିକ୍ ହୋଇ ମନ୍ଦିର ଭିତରେ ପଡ଼ିଥିଲା । ମୁଁ ନିଜେ ମନ୍ଦିର ନିର୍ମାଣ କାର୍ଯ୍ୟ ଯାଞ୍ଚ କରିସାରିଛି । ବର୍ତ୍ତମାନ ଦ୍ୱିତୀୟ ମହଲା ନିର୍ମାଣାଧୀନ ଅଛି । ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବା ପରେ ବର୍ଷା ଜଳ ମନ୍ଦିରକୁ କୌଣସି ପ୍ରକାର ପ୍ରବେଶ କରିପାରିବ ନାହିଁ ବୋଲି ମିଶ୍ରା କହିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking