ନୂଆଦିଲ୍ଲୀ: ଲଞ୍ଚ ହେଲା ଆକ୍ସିଅମ-୪ ମିଶନ । ଭାରତ ପାଇଁ ଏକ ଐତିହାସିକ ଦିନ । ଭାରତୀୟ ସମୟ ୧୨ଟା ୧ରେ ଲଞ୍ଚ ହେଲା । ମହାକାଶକୁ ଉଡାଣ ଭରି ଇତିହାସ ରଚିଲେ ଶୁଭ୍ରାଂଶୁ ଶୁକ୍ଳା । ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଫାଇକନ ୩୯ଏରୁ ଲଞ୍ଚ ହୋଇଛି । ୨୬ ଜୁନ ଭାରତୀୟ ସମୟ ଅପରାହ୍ନ ୪ଟା ୩୦ ମିନିଟରେ ଡକିଂ ହେବ । ୩ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯାଇଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ଏହା ହେଉଛି ଆକ୍ସିଅମ ଫୋର, ନାସା ଓ ସ୍ପେଶଏକ୍ସର ମିଳିତ ମିଶନ । ପୂର୍ବରୁ ୫ଥର ମିଶନ ବାତିଲ କରାଯାଇଥିଲା । କେବେ ଯାନ୍ତ୍ରିକ ତ୍ରୁଟି ତ ପୁଣି କେବେ ଖରାପ ପାଣିପାଗ ପାଇଁ ମିଶନ ପୂର୍ବରୁ ଏହାକୁ ବାତିଲ କରାଯାଇଥିଲା । ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଏହି ଐତିହାସିକ ଯାତ୍ରାରେ ସାମିଲ ହୋଇ ପ୍ରଥମ ଥର ପାଇଁ ମହାକାଶକୁ ଯାଉଛନ୍ତି । ଏହା ସହ ଦ୍ବିତୀୟ ଭାରତୀୟ ଭାବେ ରେକର୍ଡ ବନାଇବାକୁ ଯାଉଛନ୍ତି ଶୁଭାଂଶୁ ।
ଶୁଭାଂଶୁ ହେବେ ପ୍ରଥମ ଭାରତୀୟ ମହାକାଶ ଯାତ୍ରୀ ଯିଏ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ଯାଉଛନ୍ତି । ସେଠାରେ ଶୁଭାଂଶୁ ୧୪ ଦିନ ରହି ବିଭିନ୍ନ ପରୀକ୍ଷଣ କରିବେ ।୪- ଶୁଭାଂଶୁ ଭାରତୀୟ ବାୟୁସେନାର ଜଣେ ଦକ୍ଷ ପାଇଲଟ । ଯିଏ ସୁଖୋଇ-୩୦, ମିଗ୍-୨୧, ମିଗ୍-୨୯, ଜାଗୁଆର ଭଳି ବଡ ବଡ ବିମାନର ଉଡାଇଛନ୍ତି । ତାଙ୍କ ପାଖରେ ୩୦୦୦ ଘଣ୍ଟାରୁ ଅଧିକ ବିମାନ ଉଡାଣର ଅଭିଜ୍ଞତା ରହିଛି ।ଏହି ଯାତ୍ରାରେ ଶୁଭାଂଶୁଙ୍କ ସହ ପୋଲାଣ୍ଡ, ହଙ୍ଗେରୀ ଓ ଆମେରିକାର ମହାକାଶଚାରୀମାନେ ସାମିଲ ହେବେ ୭-ଶୁଭାଂଶୁ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ଲାଇଭରେ ଯୋଡି ହେବେ ଏବଂ ସେମାନଙ୍କୁ ସେଠାକାର କଥା କହିବେ । ତାସହ ଫଟୋ ଭିଡିଓ ମଧ୍ୟ ପଠାଇବେ ।