28.1 C
Bhubaneswar
Saturday, March 28, 2026
Homeଓଡିଶା୭୭ତମ ଏନ୍ ସି ସି ଦିବସ ଉପଲକ୍ଷେ ସଚେତନତା ରାଲି

୭୭ତମ ଏନ୍ ସି ସି ଦିବସ ଉପଲକ୍ଷେ ସଚେତନତା ରାଲି

ଯାଜପୁର: ଶୁକ୍ରବାର ୭୭ ତମ ଏନ୍ ସି ସି ଦିବସ ଉପଲକ୍ଷେ ଯାଜପୁର ଜିଲ୍ଲାର ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟର ଏନ୍ ସି ସି କ୍ୟାଡେଟ ମାନଙ୍କ ଦ୍ବାରା ” ବେଟି ବଚାଓ ବେଟି ପଢାଓ” ଶୀର୍ଷକ ବିଷୟକୁ ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ସଚେତନତା ରାଲିକୁ ମୁଖ୍ଯ ଅତିଥି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ମଲ୍ଲିକ ପତାକା ହଲାଇ ଉଦ୍ଘାଟନ କରିଥିଲେ। ମହାବିଦ୍ୟାଳୟର ୧ଓଡିଶା ବାଟାଲିୟନ, କଟକର ଏନ୍ ସି ସି ଅଫିସର କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଙ୍କ ନେତୃତ୍ବରେ ଶତାଧିକ ଏନ୍ ସି ସି କ୍ୟାଡେଟ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ନାରୀ ଶିକ୍ଷା କୁ ଉଜାଗର କରିବା ଓ କନ୍ଯା ଭୃଣ ହତ୍ୟା ନ କରିବା ଉଦ୍ଦେଶ୍ୟରେ ସଚେତନତା ର ବାର୍ତ୍ତା ଦେଇଥିଲେ।ରାଲି ମହାବିଦ୍ୟାଳୟ ରୁ ବାହାରି ଚୋରଦା ଛକ ଦେଇ କଳୀ ମେଲଣ ପଡିଆକୁ ଯାଇଥିଲା। ସେଠାରେ କ୍ୟାଡେଟ ମାନେ କୋରାଇ ଏକତା ପଦଯାତ୍ରାରେ ସାମିଲ ହୋଇଥିଲେ। ଆଜିର କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଅଧ୍ୟାପକ ରଜତ କାନ୍ତ ଦାଶ,ଅଜୟ କୁମାର ପଣ୍ଡା, ତନ୍ମୟ କୁମାର ପୃଷ୍ଟି, ସୁରେନ୍ଦ୍ର କୁମାର ସାହୁ, ଏସ୍ ୟୁ ଓ ଶୁଭମ୍ କୁମାର ସ୍ବାଇଁ, ବିଶ୍ୱଜିତ୍ ଲାହା, ଜସବିନ୍ଦର କାଉର , ଜେ ୟୁ ଓ ପାୟଲ ଜେନା ଓ ପରେଶ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking