27.1 C
Bhubaneswar
Thursday, March 19, 2026
Homeଓଡିଶାଅଗ୍ରଣୀ ବ୍ୟାଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଅଗ୍ରଣୀ ବ୍ୟାଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର: ଯାଜପୁର ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଅଗ୍ରଣୀ ବ୍ୟାଙ୍କ ପକ୍ଷରୁ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର ଶୀର୍ଷକରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ରାଧାନାଥ ନାୟକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମକୁ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ରିଜର୍ଭ ବ୍ୟାଙ୍କ ଡିଜିଏମ ମଧୁକର ଆନନ୍ଦ, ଷ୍ଟେଟ ବ୍ୟାଙ୍କ ରିଜୋନାଲ ମ୍ୟାନେଜର କଅଲ ଲୋଚନ ଷଡଙ୍ଗୀ ପ୍ରମୁଖ ଯୋଗ ଦେଇ ବ୍ୟାଙ୍କରେ ଗ୍ରାହକ ମାନଙ୍କ ପୁଞ୍ଜି କିପରି ସୁରକ୍ଷିତ ରହିବ ଓ କିଭଳି ସେମାନେ ଫେରିପାଇବେ ସେ ନେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଏହି ଅବସରରେ ଯାଜପୁର ଜିଲ୍ଲା ର ସମସ୍ତ ବ୍ୟାଙ୍କର ବରିଷ୍ଠ କତ୍ତୃପକ୍ଷ ମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking