28.1 C
Bhubaneswar
Monday, February 23, 2026
Homeଓଡିଶାଭିନ୍ନକ୍ଷମମାନଙ୍କ ଅଧିକାର ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ଭିନ୍ନକ୍ଷମମାନଙ୍କ ଅଧିକାର ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର: ବିଜେବି କଲେଜଠାରେ ଭିନ୍ନକ୍ଷମମାନଙ୍କ ଅଧିକାର ସମ୍ପର୍କରେ ସଚେତନତା ଓ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଭିନ୍ନକ୍ଷମ ଆୟୁକ୍ତଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି । ଉଦଘାଟନ ଅଭିଭାଷଣରେ ଭିନ୍ନକ୍ଷମ ଆୟୁକ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଯୁବସମାଜ ନିମନ୍ତେ ରହିଥିବା ଆହ୍ବାନ ବିଷୟରେ ଧାରଣ ଦେଇ କହିଥିଲେ ଯେ, ଆଇନ  ଭିନ୍ନକ୍ଷମ ମାନଙ୍କୁ ମଧ୍ୟ ସମାଜରେ ସମ୍ମାନର ସହ ବଞ୍ଚିବାର ଅଧିକାର ପ୍ରଦାନ କରିଛନ୍ତି ଓ ଆଇନକୁ ସମାନ ଦେଇ ଛାତ୍ର ସମାଜ, ଯେଉଁମାନେ ଭବିଷ୍ୟତର  ନାଗରିକ, ସେମାନଙ୍କ ଦାୟିତ୍ବ ତଥା ଭାଗୀଦାରୀ ରହିଛି  । ଶିକ୍ଷା, ନିଯୁକ୍ତି ତଥା ନୂତନ ଶିକ୍ଷା ନୀତି ଅନୁସାରେ କଲେଜ ଗୁଡିକ ଆଗେଇ ଆସିବା ଆବଶ୍ୟକ । ଏହି କାର୍ଯ୍ୟକ୍ରମ ଦ୍ବାରା କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭିନ୍ନକ୍ଷମ  ତଥା ସେମାନଙ୍କ ପାଇଁ ଉଦ୍ଧିଷ୍ଟ ଆଇନ RPwD act-୨୦୧୬ ବିଷୟରେ ଅବଗତ କରାଇବା ଉଦ୍ଦେଶ୍ୟରେ ଭିନ୍ନକ୍ଷମ ଆୟୁକ୍ତ, ଓଡ଼ିଶା, ଉଚ୍ଚ ଶିକ୍ଷା ବିଭାଗର ସହଯୋଗରେ ରାଜ୍ୟର ପାଞ୍ଚ ଗୋଟି ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧୀନରେ ଥିବା ପାଞ୍ଚ ଗୋଟି କଲେଜରେ ଏକ ସଚେତନତା କାର୍ଯ୍ୟକ୍ରମକୁ ହାତକୁ ନେଇଥିଲେ ।

ଛାତ୍ରଛାତ୍ରୀମାନଙ୍କୁ ଭିନ୍ନକ୍ଷମ ମାନଙ୍କ ପାଇଁ ଥିବା ଆଇନ, ସେମାନଙ୍କର ବିଭିନ୍ନ ସମସ୍ଯା ଓ ସରକାରଙ୍କ ଦ୍ବାରା ସେମାନଙ୍କ ପାଇଁ କରାଯାଉଥିବା  ବିଭିନ୍ନ ଯୋଜନା ବାବଦରେ ଅବଗତ କରାଇବା ଓ ଭିନ୍ନକ୍ଷମ ମାନଙ୍କୁ ଏକ ସମାବେଶୀ ସମାଜରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ  ଛାତ୍ର ଅବସ୍ଥାରୁ ପ୍ରୟାସ ଜାରି ରଖିବା ଏବଂ ବିଦ୍ୟାଳୟ ତଥା ବିଦ୍ୟାଳୟ ବାହାରେ ଭିନ୍ନକ୍ଷମ ମାନଙ୍କୁ ସାହାର୍ଯ୍ୟ ଓ ସହଯୋଗ କରିବା ଏହି କର୍ମଶାଳାର ମୁଖ୍ୟ ଆଭିମୁଖ୍ୟ ଥିଲା । ଏହି କ୍ରମରେ ସମ୍ବଲପୁରର ସରକାରୀ ମହାବିଦ୍ୟାଳୟ, କୋରାପୁଟର  DAV କଲେଜ, ଶଶୀ ଭୂଷଣ ମହିଳା ମହାବିଦ୍ୟାଳୟ, ବ୍ରହ୍ମପୁର, କୁନ୍ତଳା  କୁମାରୀ ସାବତ ସରକାରୀ ମହିଳା ମହାବିଦ୍ୟାଳୟ, ବାଲେଶ୍ଵର ଓ ପରିଶେଷରେ ବିଜେବି କଲେଜ, ଭୁବନେଶ୍ବରଠାରେ ୫ ଗୋଟି ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  ।  କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କର ଉତ୍ସାହ ତଥା ଯୋଗଦାନ ବେଶ ଆକର୍ଷଣୀୟ ଥିଲା । ୫ ଟି ବିଜୟୀ ଦଳ ମଧ୍ୟରେ ରାଜ୍ୟ ସ୍ତରରେ ପ୍ରତିଯୋଗୀତା ହେବାର କାର୍ଯ୍ୟକ୍ରମ  ରହିଛି ।

ଭୁବନେଶ୍ବର ସ୍ଥିତ ବିଜେବି କଲେଜଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଉଚ୍ଚ ଶିକ୍ଷା ବିଭାଗ, ଶ୍ରୀ କାଳି ପ୍ରସାଦ ମହାପାତ୍ର, ଭାପ୍ରସେ, ଉଚ୍ଚ ଶିକ୍ଷା ବିଭାଗ ଅଧ୍ୟକ୍ଷା, ଶ୍ରୀମତୀ ଝୁମକି ରଥ, ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଆଇନର ପ୍ରାବଧାନ ବାବଦରେ ଶ୍ରୀ  ଆର କେ ଶର୍ମା ବିଷୟବସ୍ତୁ ଉପରେ ବିସ୍ତୃତ ଭାବେ ଉପସ୍ଥାପନା କରିଥିଲେ । ପ୍ରୋଗ୍ରାମରେ ୧୦୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଆଲୋଚନା ପରେ ଏହି ବିଷୟ ବସ୍ତୁ ଗୁଡିକ ଉପରେ ୮ଟି କଲେଜରୁ ଆସିଥିବାଦଳ ମଧ୍ୟରେ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ  ବିଜୟୀ ଦଳ ଗୁଡିକ ଟ୍ରଫି, ପୁରସ୍କାର ଅର୍ଥରାଶି ପ୍ରଦାନ କରିବା ସହ ସମସ୍ତ ପ୍ରତିଯୋଗୀମାନଙ୍କୁ ସାଟିଫିକେଟ ପ୍ରଦାନ କରାଯାଇଥିଲା ।  ଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking