ଯାଜପୁର: ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଯାଜପୁରରେ ଇନ୍ଦିରା ଗାନ୍ଧୀ ହୋଟେଲ ମ୍ୟାନେଜମେଣ୍ଟ କଲେଜ୍ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଲେଜ୍ ନିକଟରୁ ବାହାରିଥିବା ଏହି ଶୋଭାଯାତ୍ରା ଶାନ୍ତି ର ବାର୍ତ୍ତା ପ୍ରଚାର କରିବା ସହ ସହର ପରିକ୍ରମା କରିଥିଲେ । କଲେଜ ର ଅଧକ୍ଷ୍ୟ ସୁର୍ଜ୍ୟକାନ୍ତ ସେଠୀ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରା ମା ବିରଜା ମନ୍ଦିର ନିକଟରେ ପହଁଚିବା ପରେ ପର୍ଯ୍ୟଟକ ମାନଙ୍କୁ ଅତିଥି ଭାବେ ସ୍ଵାଗତ କରିବାକୁ ବାର୍ତ୍ତା ଦିଆଯାଇଥିଲା ।










