27.1 C
Bhubaneswar
Tuesday, March 24, 2026
Homeଓଡିଶାଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ସଚେତନତା ଶୋଭାଯାତ୍ରା

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ସଚେତନତା ଶୋଭାଯାତ୍ରା

ଯାଜପୁର :  ଯାଜପୁର ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୮ ଅକ୍ଟୋବର ଠାରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଓ ବ୍ଲକ ସ୍ତରରେ ପାଳନ କରାଯାଉଛି। ଆଜି ଏହି ଅବସରରେ ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ୟୁନିଟ, ଯାଜପୁର ମିଳିତ ଆନୁକୁଲ୍ୟରେ ଏକ ସଚେତନତା ଶୋଭାଯାତ୍ରା ଓ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା ଏବଂ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ , ଦୁର୍ନୀତି ନିବାରଣ ବିଭାଗ, ଯାଜପୁର ଶ୍ରୀ ସୁଶିଲ କୁମାର ଏକ୍କା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରାରେ ବିଦ୍ୟାଳୟ ଛାତ୍ର ଛାତ୍ରୀ, ସ୍ଵୟଂ ସହାୟକ ଦଳର ସଦସ୍ୟା ମାନେ ଅଂଶ ଗ୍ରହଣ କରିଥିଲେ। ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ବାହାରି କିଆନାଳି ଛକ, ରେଡକ୍ରସ୍ ଛକ, ମେଡିକାଲ ଛକ, ଗାନ୍ଧୀ ଛକ ଦେଇ ଜିଲ୍ଲା ସ୍କୁଲ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ପରେ ମିଶନ ଶକ୍ତି ଭବନ ଠାରୁ ମିଶନ ଶକ୍ତିର ମହିଳା ମାନଙ୍କ ଦ୍ଵାରା ଏକ ସଚେତନତା ଶୋଭାଯାତ୍ରା ଗାନ୍ଧୀ ଛକ ଓ ମେଡିକାଲ ଛକ ଦେଇ ମିଶନ ଶକ୍ତି ଭବନ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ସଚେତନ ହେଲେ ସବୁ ମଣିଷ, ଦୁର୍ନୀତି ହୋଇବ ସମୂଳେ ନାଶ। ବାଟମାରଣା କରୁଛି ଯିଏ ଦେଶର ଶତ୍ରୁ ଅଟଇ ସିଏ। ଲାଞ୍ଚ ନେବାନି ଲାଞ୍ଚ ଦେବାନି, ଅପରାଧରେ ଭାଗ ନେବାନି। ଅଧର୍ମ ବିତ୍ତ ବଢେ ବହୁତ ଗଲାବେଳେ ଯାଏ ମୂଳ ସହିତ। ଦୁର୍ନୀତି ହଟିଲେ ଦେଶ ହସିବ, ଦେଶର ପ୍ରଗତି ବାଟ ଫିଟିବ। ଦୁର୍ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇ ଏହି ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏହି ସଚେତନତା ଶୋଭାଯାତ୍ରାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ବିଭାଗୀୟ ଅଧିକାରୀ, ଡି.ପି.ସି ମିଶନ ଶକ୍ତି ସୀତାଂଶୁ ଶେଖର ପାଢ଼ୀ, ଜିଲ୍ଲା ସ୍କୁଲର ବରିଷ୍ଠ ଶିକ୍ଷକ ଜୟୀରୁଦ୍ଦିନ୍ ଖାଁ, ଜିଲ୍ଲା ସ୍କୁଲ୍ ପ୍ରଧାନ ଶିକ୍ଷକ ଆଲୋକ କୁମାର ବନ୍ଧ, ଆରକ୍ଷୀ ବାହିନୀ, ଗଣ ମାଧ୍ୟମ ପ୍ରତିନିଧି, ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking