28.1 C
Bhubaneswar
Monday, July 1, 2024
Homeଓଡିଶାଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଯୁବ ତାଲିମ୍ କେନ୍ଦ୍ର ଵନ୍ଦାଳୋ ଓ ପଞ୍ଚାୟତ ହାଇସ୍କୁଲ...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଯୁବ ତାଲିମ୍ କେନ୍ଦ୍ର ଵନ୍ଦାଳୋ ଓ ପଞ୍ଚାୟତ ହାଇସ୍କୁଲ ନାଥ ସାହି ଠାରେ ସଚେତନତା ସଭା

ଯାଜପୁର : ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଯୁବ ତାଲିମ୍ କେନ୍ଦ୍ର ପରିସର ରେ ପ୍ରବାସୀ ଶ୍ରମିକ ସମସ୍ୟା ଓ ତା’ର ସମାଧାନ ବିଷୟକ ସଚେତନତା ସଭା ପ୍ରାଧିକରଣ ର ସଚୀବ ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ଙ୍କ ଅଧ୍ୟକ୍ଷତା ରେ ଗତ ତା୨୭.୬.୨୪ ରିଖ ଅପରାହ୍ନ ରେ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଅତିଥି ଆଲୋଚକ ଭାବେ ଜିଲ୍ଲା ଶ୍ରମ ଅଧିକାରୀ ଏସ୍,କେ ମହାନ୍ତି ,ପ୍ରାଧିକରଣ ର ପ୍ରାକ୍ତନ ସଦସ୍ୟ ସାମାଜିକ କାର୍ଯ୍ୟକର୍ତ୍ତା ଡ଼ ରୁଦ୍ରନାରାୟଣ ପୃଷ୍ଟି ,ଦର୍ପଣ ତହସିଲଦାର୍ ମାନସ ଚନ୍ଦ୍ର ତ୍ରିପାଠୀ,ସମାଜସେବୀ ମାନସ ଜେନା,ବଡ଼ଚଣା ବ୍ଲକ୍ ଡଵ୍ଲ୍ୟୁ ଇ ଓ କିର୍ତ୍ତୀଚନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇ ଗୋଟିଏ ଜିଲ୍ଲା ରୁ ଅନ୍ୟ ଜିଲ୍ଲା ,ଗୋଟିଏ ରାଜ୍ୟ ରୁ ଅନ୍ୟ ଏକ ରାଜ୍ୟକୁ ଓ ଦେଶ ରୁ ଦେଶାନ୍ତର ହୋଇ କାମ କରିଵାକୁ ଯାଉଥିବା ଶ୍ରମିକ ମାନେ କିପରି ସମୟ କ୍ରମେ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ଏବଂ ତା’ର କିପରି ପ୍ରତିକାର କରାଯାଇ ପାରିବ ସେ ବିଷୟ ରେ ବିଭିନ୍ନ ଦିଗରୁ ଆଲୋଚନା କରିଵା ସହିତ କିପରି ଦାଦନ ଖଟିବାକୁ ନଯାଇ ପେଟ ପରିବାର ପାଇଁ ଭିଟାମାଟି ନଛାଡି ନିଜ ଅଞ୍ଚଳ ଜିଲ୍ଲା ଓ ରାଜ୍ୟ ଭିତରେ କାମକରି ଶ୍ରମଜୀବୀ ମାନେ ମର୍ଯ୍ୟାଦାର ସହ ଵଞ୍ଚିପାରିଵେ ସେ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ସଚେତନତା ସଭା ରେ ଶ୍ରମଜୀବୀ,ଶ୍ରମିକ ସଂଗଠନ ର କର୍ମକର୍ତ୍ତା ,ପଞ୍ଚାୟତିରାଜ ପ୍ରତିନିଧି ଓ ସର୍ବସାଧାରଣ ଅଂଶ ଗ୍ରହଣ କରିଥିଲେ ।ସ୍ଥାନୀୟ ଵନ୍ଦାଳୋ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଵୈଜୟନ୍ତୀ ବିଶ୍ବାଳ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଯୁବ ତାଲିମ୍ କେନ୍ଦ୍ର ର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଦିନ ସକାଳ ବେଳା ପ୍ରାଧିକରଣ ର ସଚୀବ ଜ୍ୟୋତିର୍ମୟୀ ଦାସ ଙ୍କ ଅଧ୍ୟକ୍ଷତା ରେ ଯାଜପୁର ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ଠାରେ ଯୈଉନ ଅପରାଧ ରୁ ଶିଶୁ ମାନଙ୍କୁ ସୁରକ୍ଷିତ ରଖିବା ସହ ସେମାନ ଙ୍କ ଯତ୍ନ ଓ ସୁରକ୍ଷା ସମ୍ବନ୍ଧ ରେ ଅତିଥି ଆଲୋଚକ ଭାବେ ଶିଶୁ ନ୍ୟାୟ ପରିଷଦ ର ସଦସ୍ୟା ଶ୍ରୀମତୀ ରୀତା ବେହେରା ଓ ପ୍ରୀତିଲତା ସାମନ୍ତରାୟ ଆଲୋଚନା କରିବା ସହ ଏସମ୍ଵନ୍ଧିତ ୨୦୧୨ ଓ ୨୦୧୫ ମସିହା ର ଆଇନ ତାର କାର୍ଯ୍ୟକାରୀ ଦିଗ ସମ୍ପର୍କ ରେ ବର୍ଣନା କରିଥିଲେ ।ପ୍ରଧାନ ଶିକ୍ଷକ ଅମୀୟ ଜେନା ସ୍ବାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ରାଧାଶ୍ୟାମ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ । ଉଭୟ କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରାଧିକରଣ ର କର୍ମଚାରୀ ମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking