29.1 C
Bhubaneswar
Monday, February 9, 2026
Homeଓଡିଶାସୋଆ ସିଇସିର ନିର୍ଦ୍ଦେଶକ ଜାତୀୟ ସ୍ତରରେ ସମ୍ମାନିତ

ସୋଆ ସିଇସିର ନିର୍ଦ୍ଦେଶକ ଜାତୀୟ ସ୍ତରରେ ସମ୍ମାନିତ

ଭୁବନେଶ୍ୱର, : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି)ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କୁ ବୁଧବାର ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ୱାର୍ଲ୍ଡ କଂଗ୍ରେସ ଅନ୍ ଡିଜାଷ୍ଟର ମ୍ୟାନେଜମେଂଟ-ଡିଜାଷ୍ଟର ରିସ୍କ ରିଡକ୍ସନ୍ (ଡବ୍ଲ୍ୟୁସିଡିଏମ୍‌-ଡିଆରଆର) ଅବସରରେ ସମ୍ମାନିତ କରାଯାଇଛି।
ପୂର୍ବରୁ ଭୁବନେଶ୍ୱର ଭାରତୀୟ ପାଣିପାଗ ବିଭାଗରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ଡକ୍ଟର ସାହୁ ଏହି ସମ୍ମାନ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କ ଠାରୁ ଗ୍ରହଣ କରିଥିଲେ। ବିପର୍ଯ୍ୟୟ ପ୍ରସ୍ତୁତି ବର୍ଗରେ ଡକ୍ଟର ସାହୁଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ୱେଦର ରିସର୍ଚ୍ଚ ଫୋରକାଷ୍ଟିଂ ତଥା ପୃଥିବୀର ଅନ୍ୟାନ୍ୟ ମଡେଲର ସାହାଯ୍ୟ ନେଇ ସିଇସି ପକ୍ଷରୁ ପାଣିପାଗର ଅଗ୍ରୀମ ସୂଚନା ପ୍ରସ୍ତୁତ କରି ବ୍ୟବହାରକାରୀ ମାନଙ୍କୁ ଯୋଗାଇ ଦିଆଯାଇଥାଏ। ଏହାଛଡ଼ା ଏହି କେନ୍ଦ୍ର ପୁନେସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ ମେଟିଓରୋଲଜି, ଆମେରିକାର ଆର୍ଥ ନେଟୱର୍କ ଓ ହାଇଦ୍ରାବାଦ ସ୍ଥିତ ନ୍ୟାସ୍‌ନାଲ୍ ରିମୋଟ ସେନ୍‌ସିଂ ସେଂଟର ଦ୍ୱାରା ଉପଲବ୍ଧ ଝଡ଼ବାତ୍ୟା ଓ ବଜ୍ରପାତ ସଂକ୍ରାନ୍ତିୟ ପୂର୍ବ ସୂଚନା ରାଜ୍ୟର ବିଭିନ୍ନ ବ୍ଲକ୍‌ରେ ପ୍ରସାରିତ କରିଥାଏ।
ଏହି କାର୍ଯ୍ୟକ୍ରମରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟ ବିଚାରପତି ଶ୍ରୀ ଏମ୍‌. ଏମ୍‌. କୁମାର ଓ ଡିଜାଷ୍ଟର ମ୍ୟାନେଜମେଂଟ ଇନିସିଏଟିଭ୍‌ସ ଆଣ୍ଡ କନ୍‌ଭର୍ଜେନ୍ସ  ସୋସାଇଟି-ୱାର୍ଲ୍ଡ କଂଗ୍ରେସ ଅନ୍ ଡିଜାଷ୍ଟର ମ୍ୟାନେଜମେଂଟର ସଭାପତି ତଥା ଆବାହକ ଡକ୍ଟର ଏସ୍‌. ଆନନ୍ଦ ବାବୁ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking