ଭୁବନେଶ୍ୱର : ବଞ୍ଚିବା ପାଇଁ ଖାଦ୍ୟ ଖାଇଥାଉ । ହେଲେ ସବୁ ଋତୁରେ ଏକ ପ୍ରକାର ଖାଦ୍ୟ ଖାଇବା ଶରୀରର ପାଇଁ ହିତକାର ନୁହେଁ । ଶୀତଦିନେ କିଭଳି ନେବେ ସ୍ୱାସ୍ଥ୍ୟର ଯତ୍ନ । କଣ ଖାଇଲେ ଦେହ ସୁସ୍ଥ ରହିବ । କଣ ଆପଣ ଜାଣିଛନ୍ତି, ଶୀତଦିନେ କଞ୍ଚା ପନି ପରିବା ଖାଇଲେ କଣ ହୁଏ , ଆସନ୍ତୁ ଜାଣିବା .. ଶୀତଦିନେ କଞ୍ଚା ପନିପରିବା ଖାଇବା ଠାରୁ ଦୂରରେ ରୁହନ୍ତୁ । ବାସ୍ତବରେ କଞ୍ଚା ପନିପରିବା ଶରୀରରେ ଭିତରେ ତାପମାତ୍ରାକୁ ହ୍ରାସ କରିଥାଏ । ଏହା ଶରୀରକୁ ଗରମ କରିଦେଇଥାଏ । ଶୀତଦିନେ ଭଜା ଏବଂ ତେଲ ଜିନିଷ ଖାଇବା ଠାରୁ ଦୂରରେ ରହିବା ଉଚିତ । ଶୀତ ହେବା ହେତୁ ଲୋକମାନେ ଘରୁ ବାହାରକୁ ବାହାରନ୍ତି ନାହିଁ ଫଳରେ ଆଉ ଯୋଗ କିମ୍ବା ବ୍ୟାୟାମ କରନ୍ତି ନାହିଁ । ଏଭଳି ପରିସ୍ଥିତିରେ ଓଜନ ବଢିବାକୁ ଲାଗିଥାଏ । ତେଲିଆ ଖାଦ୍ୟ ଅଧିକ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ବଢିଥାଏ । ହୃଦଘାତ ହେବାର ଆଶଙ୍କା ମଧ୍ୟ ଥାଏ । ଶୀତଦିନେ କ୍ଷୀରରେ ହଳଦୀ ମିଶାଇ ପିଇପାରିବେ । ଶୀତଦିନେ ମଦ୍ୟପାନରୁ ଦୂରେଇ ରହିବା ଉଚିତ । କାରଣ ଏହା ଶରୀରକୁ ଡିହାଇଡ୍ରେଟ କରିଥାଏ । ମଦ୍ୟପାନ କରିବା ଦ୍ୱାରା ଶରୀରରେ ଜଳ ଅଭାବ ଦେଖାଦିଏ । ଶୀତଦିନେ ଆଇସକ୍ରିମ ବା ଣଣ୍ଡା ଜିନିଷକୁ ଏଡାଇବା ଉଚିତ । ଥଣ୍ଡା, କାଶ ହେବାଭଳି ସମସ୍ୟା ଦେଖାଦେଇଥାଏ ।










