ଭୁବନେଶ୍ୱର: ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ କାହାକୁ ବା ଭଲ ନ ଲାଗେ । କିନ୍ତୁ ଏଭଳି କିଛି ଖାଦ୍ୟ ଅଛି ଯାହା ଆପଣଙ୍କୁ ୩୦ ବର୍ଷ ହେବା ପରେ ସ୍ୱାସ୍ଥ୍ୟର ହିତକାର ପାଇଁ ଆପଣଙ୍କୁ ଏହି ସବୁ ଖାଦ୍ୟ ଛାଡିବାକୁ ପଡିବ । ବୟବୟସ ସହିତ ଉଭୟ ମନ ଏବଂ ଶରୀର ପରିବର୍ତ୍ତନ ହୁଏ । କିନ୍ତୁ ଏହି ପରିବର୍ତ୍ତନଗୁଡିକ ସହିତ ଆମର ଖାଇବା ଅଭ୍ୟାସରେ ମଧ୍ୟ ପରିବର୍ତ୍ତନ ଆଣିଥାଏ । ଏଭଳି କିଛି ଖାଦ୍ୟ ଅଛି ଯାହା ୩୦ ବର୍ଷ ପରେ ନିୟମିତ ଖାଦ୍ୟ ଖାଇବା ଏବଂ କିଛି ଖାଦ୍ୟକୁ ସମ୍ପୁର୍ଣ ବନ୍ଦ କରିଦେବା ଉଚିତ । ୩୦ ବର୍ଷ ପରେ କଫିନ ଖାଇବା କମ କରିଦେବା ଉଚିତ । କାରଣ ଏହା ସ୍କିନ ଉପରେ ପ୍ରଭାବ ପକାଇଥାଏ । ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଚା ପିଉଛନ୍ତି ତେବେ ଏହାକୁ କମାଇ ଦେବା ଉଚିତ । ଚା ଅତ୍ୟଧିକ ପିଇବା ଦ୍ୱାରା ଶୋଇବା ଏବଂ ଖାଇବା ଉପରେ ସମସ୍ୟା ସୃଷ୍ଟି କରେ । ଡିହାଇଡ୍ରେସନ , ରକ୍ତଚାପ ଏବଂ ହୃଦଘାତ ଭଳି ସମସ୍ୟା ହୋଇପାରେ । ଏକ ନିର୍ଦ୍ଦିଷ୍ଟ ବୟସ ପରେ ମସଲାଯୁକ୍ତ ଖାଦ୍ୟକୁ ଏଡାଇବା ଉଚିତ । କାରଣ ଏଥିରେ ଚର୍ୱି ଯୁକ୍ତ ଖାଦ୍ୟ ଅଧିକ ରହିଥାଏ । ଯାହା ହୃଦ ରୋଗ ହେବାର ଆଶଙ୍କା ଥାଏ । ମଦ୍ୟପାନ ଠାରୁ ଦୂରରେ ରୁହନ୍ତୁ । ଏହା ସହ ଜୀବନଶୈଳିରେ ପରିବର୍ତ୍ତନ ଆଣିବାକୁ ହେଲେ ବ୍ୟାୟାମ କରନ୍ତୁ ।