25.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶପାକିସ୍ତାନର ଏହି ଗାଁରେ ଚାଲିଛି ସ୍ୱୟଂଶାସନ

ପାକିସ୍ତାନର ଏହି ଗାଁରେ ଚାଲିଛି ସ୍ୱୟଂଶାସନ

ଇସ୍‌ଲାମ୍‌ବାଦ୍‌: ପ୍ରତ୍ୟକ ଦେଶରେ ନିଜ ନିଜର ସମ୍ବିଧାନ ସହିତ କିଛି ନୀୟମକାନୁନ ରହିଥାଏ । କିନ୍ତୁ ପାକିସ୍ଥାନରେ ଏଭଳି ଏକ ଗାଁ ରହିଛି ଯେଉଁଠାରେ ଦେଶର କୌଣସି ସମ୍ବିଧାନରେ ରହିଥିବା ନୀୟମକାନୁନ ଲାଗୁ ହୋଇନଥାଏ । ଏହି ଗାଁରେ କେବଳ ନିଜ ସମ୍ବିଧାନରେ ପ୍ରସ୍ତୁତ ହୋଇଥିବା ନୀୟମ ଲାଗୁ ହୋଇଥାଏ । ଏହି ଗାଁ ନିଜର ସ୍ୱତନ୍ତ୍ର ନୀତି,ଶାସନ ଓ ନୀୟମ ପାଇଁ ବେଶ ପରିଚୟ ହାସଲ କରିଛି । ଏହି ଗାଁରେ ପ୍ରଚଳିତ ହୋଇଥିବା ନୀୟମ କାନୁନ ବହୁତ କଠୋର । ଏଠାରେ ବାସ କରୁଥିବା ଲୋକେ ଏହାକୁ ପାଳନ କରିଥାନ୍ତି । ତେବେ ଏହି ଗାଁରେ କଣ ନୀୟମକାନୁନ ରହିଛି ଆସନ୍ତୁ ଜାଣିବା ..

ଏହି ଗାଁ ଟି ପାକିସ୍ତାନରେ ରହିଛି । ଗାଁ ଟିର ନାମ ହେଉଛି ଅନସାର ମୀନା । ଏହି ଗାଁ ରେ ପୁରାତନକାଳରୁ ରହିଥିବା କିଛି ପ୍ରଥା, ପରମ୍ପରା ଓ ନୀୟମକାନୁନ କୁ ପାଳନ କରି ଆସୁଛି । ଅନସାର ମୀନା ଏକ ଛୋଟିଆ ଗାଁ । ଯାହା ପାକିସ୍ତାନରୁ ପଞ୍ଜାବ ପ୍ରାନ୍ତରେ ରହିଛି । ଏହି ଗାଁରେ ସ୍ୱତନ୍ତ୍ର ପ୍ରଶାସନ ଓ କଠୋର ଶାସନ ପାଇଁ ସବୁବେଳେ ବେଶ ଚର୍ଚ୍ଚାରେ ରହି ଆସିଛି । ଏଠାରେ ବାସ କରୁଥିବା ଲୋକେ ଜୀବନରେ ଆସୁଥିବା ବିଭିନ୍ନ ସମସ୍ୟା ର ସମାଧାନକୁ ଏକ ନିଦ୍ଧିଷ୍ଟ ସମ୍ବିଧାନ ଦ୍ୱାରା ନିୟନ୍ତ୍ରଣ କରିଥାନ୍ତି । ଯାହାକି ଗ୍ରାମରେ ଥିବା ସମସ୍ତ ସ୍ଥାନୀୟ ନେତାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ଲାଗୁ କରାଯାଇଥାଏ । ଏଠାରେ ଏକ ପ୍ରକାର ସ୍ୱୟଂ ଶାସନ ଚାଲିଛି ।

ଯାହାଦ୍ୱାରା ଏଠାରେ କୌଣସି ରାଜ୍ୟ କିମ୍ବା ସରକାରଙ୍କର କୌଣସି ହସ୍ତକ୍ଷେପ ହୋଇନଥାଏ । ଗ୍ରାମରେ ବାସକରୁଥିବା ଲୋକେ ନିଜର ଆର୍ôଥକ ଗତିବିଧୀ, ସାଂସ୍କୃତିକ ପରମ୍ପରା, ସହିତ ନିଜର ସମ୍ବିଧାନ ଅନୁସାରେ ପାଳନ କରିଥାନ୍ତି । ଏହା ବ୍ୟତୀତ ଗାଁରେ ରହୁଥୁବା ଲୋକ ଏଠାରେ ରହିଥିବା କଠୋର ନୀୟମ କାନୁନକୁ ପାଳନ କରିଥାନ୍ତି । ଯାହାକି ସେମାନଙ୍କ ପାଇଁ ସୁରକ୍ଷା ଏବଂ ଶାନ୍ତିର ପ୍ରତୀକ ହୋଇଥାଏ । ଅନସାର ମୀନା ଗାଁରେ ଗ୍ରାମବାସୀଙ୍କ ସହ କଥାବାର୍ତା ହେଲାପରେ ସେମାନଙ୍କ ଠାରୁ ପରାମର୍ଶ ନେବା ପରେ କୋଡିଏ ଟି ସୁତ୍ର ରହିଥିବା ସମ୍ବିଧାନ ଲାଗୁ କରାଯାଇଛି । ଯେଉଁଥିରେ ଯୌତୁକ ପ୍ରଥା ବାୟୁମଣ୍ଡଳରେ ଗୁଳି ଚାଳନା, ଛାତ୍ର ମାନଙ୍କୁ ସ୍ମାର୍ଟ ଫୋନ ବ୍ୟବହାର କରିବା ଉପରେ ରୋକ ଲଗାଇ ଦିଆଯାଇଛି । ଏହା ସହ ବିବାହରେ ଖର୍ଚ୍ଚ କମ କରିବା ପାଇଁ ନୀୟମ କରାଯାଇଛି । କାହାର ଜୀବନ ଚାଲିଗଲା ପରେ ତାଙ୍କ ସହ ଜଡିତ ହୋଇଥିବା କିଛି କଥା ଉପରେ ମଧ୍ୟ ନୀୟମ କରାଯାଇଛି । ଗାଁ ଲୋକେ ବେଶ ଖୁସି ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking