ଯାଜପୁର: ଯାଜପୁରରେ ଭୟଙ୍କର ସଡକ ଦୁର୍ଘଟଣା । ଅଟୋ ଓଲଟି ୪ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ସୂଚନା ଅନୁସାରେ, ଦଶରଥପୁର ବାଲଦା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଅଟୋ । ଏହି ଦୁର୍ଘଟଣାରେ ୪ ଛାତ୍ରଛାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ । ଗୁରୁତର ଛାତ୍ରଛାତ୍ରୀଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଟୋଟି ୮ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ୍ରୁ ଫେରୁଥିବା ବେଳେ ଏହି ଦୁର୍ଘଟଣାଟି ଘଟିଥିବା ଜଣ ପଡିଛି । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










