ନୂଆଦିଲ୍ଲୀ: ଶନିବାର ସକାଳେ ପାଟନା ଜିଲ୍ଲାର ଦାନିଆୱାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଛଅ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ପାଟନାକୁ ରେଫର କରାଯାଇଥିଲା। ହିଲସାର ମାଲାମା ଗାଁର ଲୋକମାନେ ଗଙ୍ଗାରେ ସ୍ନାନ କରିବା ପାଇଁ ଏକ ଅଟୋରେ ଫତୁହା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।ରାସ୍ତାରେ ଏକ ଦ୍ରୁତଗାମୀ ଟ୍ରକ୍ ଅଟୋକୁ ଧକ୍କା ଦେଲା । ଧକ୍କା ଏତେ ଜୋରରେ ଥିଲା ଯେ ଅଟୋଟି ଖଣ୍ଡ ଖଣ୍ଡ ହୋଇ କ୍ଷତିଗ୍ରସ୍ତ ହୋଇଯାଇଥିଲା ।ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଗାଡ଼ି ନେଇ ପଳାଇ ଯାଇଥିଲା। ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ, ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା, ସେଠାରୁ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ପାଟନାକୁ ରେଫର କରାଯାଇଥିଲା। ପୋଲିସ ଟ୍ରକ୍ ଡ୍ରାଇଭରଙ୍କୁ ଖୋଜିବା ଆରମ୍ଭ କରିଛି।










