27.1 C
Bhubaneswar
Monday, January 19, 2026
Homeଓଡିଶାଘାଟିରେ ଖସିଲା ଅଟୋ: ୧୭ ଆହତ

ଘାଟିରେ ଖସିଲା ଅଟୋ: ୧୭ ଆହତ

ମୋହନା: ମୋହନାରେ ବଡ ସଡକ ଦୁର୍ଘଟଣା । ମୋହନାର ଜରଉ ଘାଟିରେ ୧୦ ଫୁଟ ତଳକୁ ଖସିଲା ଅଟୋ । ଏହି ଦୁର୍ଘଟଣାରେ ୧୭ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ପ୍ରାୟ ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋ ଜରଉ ଘାଟିରେ ଭାରସାମ୍ୟ ହରାଇ ପ୍ରଥମେ ବିଦ୍ୟୁତ ଖୁଣ୍ଡରେ ପିଟି ହୋଇଥିଲା । ତାପରେ ଘାଟିରେ ୧୦ ଫୁଟ ତଳକୁ ଖସିପଡିଥିଲା ଅଟୋ । ଏହି ଦୁର୍ଘଟଣାରେ ୧୭ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ସମସ୍ତ ଆହକଙ୍କୁ ବଡଗଡ ମୋଡିକାଲରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣରୁ ଦୁର୍ଘଟଣାଟି ଘଟିଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking