30.1 C
Bhubaneswar
Tuesday, February 24, 2026
Homeଅପରାଧଅଟୋ ଚାଳକଙ୍କ କାର୍ନାମା ଦୁଇ ଯୁବତୀଙ୍କୁ ଲୁଟ କରି ହତ୍ୟା ଉଦ୍ୟମ

ଅଟୋ ଚାଳକଙ୍କ କାର୍ନାମା ଦୁଇ ଯୁବତୀଙ୍କୁ ଲୁଟ କରି ହତ୍ୟା ଉଦ୍ୟମ

କେନ୍ଦ୍ରାପଡା: ଗତକାଲି ରାତିରେ ଅଟୋଚାଳକ ଜଣକ ଯୁବତୀଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରି ବିଫଳ ହେବା ପରେ ସୁନାଚେନ୍‌ ଲୁଟି ଫେରାର ଦୁବୃତ । ଅଟୋରେ ଦୁଇ ଯୁବତୀଙ୍କୁ ନିଛାଟିଆ ଜାଗାକୁ ନେଇ ସେମାନଙ୍କୁ ଲୁଟ୍ ଓ ହତ୍ୟା ଉଦ୍ୟମ ଭଳି ଭୟଙ୍କର ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଅଞ୍ଚଳରେ। ଜୀବନ ବଞ୍ଚାଇବାକୁ ଦୁଇ ସାଙ୍ଗ ଅଟୋରୁ ଡେଇଁ ପଡ଼ିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ସଦର ଥାନା ତିନିଘରିଆ ଜଅଁରାବାରିମୂଳ ଗ୍ରାମର ସିପ୍ରା ସୋନାଲି ମହାପାତ୍ରଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଟୋରେ ସୋନାଲିଙ୍କ ସହ ଥିବା ସ୍ମୃତିପ୍ରଜ୍ଞା ପରିଡ଼ା ଡେରାବିଶ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି। ଡେରାବିଶ ଥାନା ଅଧିକାରୀ କିଶୋର ଚନ୍ଦ୍ର ତରାଇ କହିବା ଅନୁଯାୟୀ ଯୁବତୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking