ନୟାଗଡ: ନୟାଗଡ ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା । ଅଟୋ ସହ କାର୍ ଧକ୍କା । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ନୟାଗଡ ଜିଲ୍ଲାର ଦଶପଲ୍ଲା ପୋଲିସ ସୀମା ଅନ୍ତର୍ଗତ କୁଆଁରିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ପୀଡିତଙ୍କ ପରିଚୟ ମିଳିପାରିନାହିଁ। ସୂଚନା ଅନୁସାରେ, କୁଆଁରିଆ ଛକ ନିକଟରେ ଅଟୋରିକ୍ସାକୁ ଧକ୍କା ଦେବା ପରେ କାରଟି ନିୟନ୍ତ୍ରଣ ହରାଇ ଏକ ଘର ଭିତରକୁ ପଶି ଯାଇଥିଲା। ଏହି ଦୁର୍ଘଟଣାରେ ଅତି କମରେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ଏହା ଦେଖି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଆମ୍ବୁଲାନ୍ସ ଡକାଯାଇଥିଲା ଏବଂ ଆହତମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।










