ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରର ରାଜୌରୀ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ନଅ ଜଣ ଗୁରୁତର ଆହତ ଅଛନ୍ତି । ମଙ୍ଗଳବାର ରାଜୌରୀ ସହରରୁ ଜମ୍ମୁ ଯାଉଥିବା ବେଳେ ଅଟୋଟି ଏକ ଛୋଟ ମାଲବାହୀ ଗାଡିକୁ ଧକ୍କା ଦେଇଥିଲା । ଅଟୋଟି ସମ୍ପୁଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନଅ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ମାନେ ଖୋତ୍ରାର ବାସିନ୍ଦା । ଅନ୍ୟ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ହେବା ପଛର କାରଣ କଣ ହୋଇଥାଇ ପାରେ ତଦନ୍ତ ଆରମ୍ଭ କରିଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।