29.1 C
Bhubaneswar
Sunday, February 8, 2026
Homeଖେଳଅଷ୍ଟ୍ରେଲିଆନ୍ ଓପନ୍ ଏଣ୍ଟ୍ରି ଲିଷ୍ଟ୍ ପ୍ରକାଶିତ; ମେନ୍ ଡ୍ର’ରେ ସୁମିତ୍ ନାଗଲ୍‌

ଅଷ୍ଟ୍ରେଲିଆନ୍ ଓପନ୍ ଏଣ୍ଟ୍ରି ଲିଷ୍ଟ୍ ପ୍ରକାଶିତ; ମେନ୍ ଡ୍ର’ରେ ସୁମିତ୍ ନାଗଲ୍‌

ମେଲ୍‌ବର୍ଣ୍ଣ: ଟେନିସ୍ ଅଷ୍ଟ୍ରେଲିଆ ପକ୍ଷରୁ ୨୦୨୫ ଅଷ୍ଟ୍ରେଲିଆନ୍ ଓପନ୍ ପାଇଁ ଜାରୀ ଏଣ୍ଟ୍ରି ଲିଷ୍ଟ୍‌ରେ ଭାରତର ସୁମିତ୍ ନାଗଲ୍ ମୁଖ୍ୟ ଡ୍ର’ ପାଇଁ କଟ୍ ହାସଲ କରିଛନ୍ତି। ବିଶ୍ୱ ର‌୍ୟାଙ୍କିଙ୍ଗ୍‌ର ୯୮ତମ ଖେଳାଳି ନାଗଲ୍ ଗତବର୍ଷ କ୍ୱାଲିଫାଇଙ୍ଗ୍ ରାଉଣ୍ଡ୍ ଜରିଆରେ ମୁଖ୍ୟ ଡ୍ର’ ଖେଳିଥିଲେ। ମୁଖ୍ୟ ଡ୍ର’ର ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ୩୧ତମ ସିଡ୍ କଜାଖ୍‌ସ୍ତାନର ଆଲେକ୍‌ଜାଣ୍ଡର ବୁବ୍‌ଲିକ୍‌ଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ଅବଶ୍ୟ ପରବର୍ତ୍ତୀ ରାଉଣ୍ଡ୍‌ରେ ଚୀନ୍ ୱାଇଲ୍ଡକାର୍ଡଧାରୀ ଜୁନ୍‌ଚେଙ୍ଗ ଶାଙ୍ଗ୍‌ଙ୍କ ଦ୍ୱାରା ପରାଜିତ ହୋଇଥିଲେ।ବର୍ତ୍ତମାନ ବିଶ୍ୱ ର‌୍ୟାଙ୍କିଙ୍ଗ୍‌ର ନଂ.୧ ପୁରୁଷ ଓ ମହିଳା ଖେଳାଳି ଡିଫେଣ୍ଡିଂ ଚାମ୍ପିଅନ୍ ଜାନିକ୍ ସିନ୍ନର୍ ଓ ଆରିନା ସାବାଲେଙ୍କା ଆଗାମୀ ସଂସ୍କରଣ ପାଇଁ ଜାରୀ ଲିଷ୍ଟ୍‌ର ଶୀର୍ଷକ ସାଜିଛନ୍ତି। ଆସନ୍ତା ବର୍ଷର ପ୍ରଥମ ମେଜର ଟୁର୍ଣ୍ଣାମେଣ୍ଟ୍ ଜାନୁଆରୀ ୧୨ରୁ ୨୬ ତାରିଖ ପର୍ଯ୍ୟନ୍ତ ମେଲ୍‌ବର୍ଣ୍ଣରେ ଆୟୋଜିତ ହେବ। ଟୁର୍ଣ୍ଣାମେଣ୍ଟ୍‌ର ମୁଖ୍ୟ ଡ୍ର’ରେ ୧୦ ପୁରୁଷ ଓ ଜଣେ ମହିଳାଙ୍କ ସମେତ ମୋଟ ୧୧ ଅଷ୍ଟ୍ରେଲୀୟ ଖେଳାଳି ସ୍ଥାନ ପାଇଛନ୍ତି। ୨୦୨୨ରେ ଘରୋଇ ଦର୍ଶକଙ୍କ ସାମ୍ନାରେ ଥାନାସି କୋକିନାକିଜ୍‌ଙ୍କ ସହ ଡବଲ୍ସ ଟାଇଟଲ୍ ଜିତିଥିବା ନିକ୍ କିର୍‌ଗିଓଜ୍ ପ୍ରୋଟେକ୍ଟେଡ୍ ର‌୍ୟାଙ୍କିଙ୍ଗ୍ ଉପଯୋଗରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହିପରି ଏପ୍ରିଲ୍‌ରେ କନ୍ୟା ବେଲାକୁ ଜନ୍ମଦେବା ପରେ ଟୋକିଓ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ସ୍ୱିଜରଲାଣ୍ଡର ବେଲିଣ୍ଡା ବେନ୍‌ସିକ୍ ମଧ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି। କିରଗିଓଜ୍ ଓ ବେନ୍‌ସିକ୍‌ଙ୍କ ସମେତ ୬ ଜଣ ଖେଳାଳି ପ୍ରୋଟେକ୍ଟେଡ୍ ବା ସ୍ୱତନ୍ତ୍ର ର‌୍ୟାଙ୍କିଙ୍ଗ୍ ବଳରେ ମୁଖ୍ୟ ଡ୍ର’ରେ ସିଧା ପ୍ରବେଶ ହାସଲ କରିଛନ୍ତି। ନିକଟରେ ଏଓ ଏସିଆ-ପାସିଫିକ୍ ୱାଇଲ୍ଡକାର୍ଡ ପ୍ଲେ-ଅଫ୍ ଜିତିବା ପରେ ଚୀନ୍‌ର ଝାଙ୍ଗ୍ ଶୁଆଇ ଓ ଥାଇଲାଣ୍ଡର କାସିଦିତ୍ ସମରେଜ୍‌ଙ୍କୁ ୱାଇଲ୍ଡକାର୍ଡ ମିଳିଛି। ପ୍ରତ୍ୟେକ ପୁରୁଷ ଓ ମହିଳା ବର୍ଗରେ ଆଉ ୭ଟି ୱାଇଲ୍ଡକାର୍ଡ ଆସନ୍ତା ସପ୍ତାହରେ ଘୋଷଣା କରାଯିବ। ଏହା ବ୍ୟତୀତ ମୁଖ୍ୟ ଡ୍ର’ର ବାକି ୧୬ ସ୍ଥାନ କ୍ୱାଲିଫାୟର୍ ଜରିଆରେ ପୂରଣ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking