21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଖବର ସଂଗ୍ରହ କରିବା ସମୟରେ ଅଷ୍ଟ୍ରେଲୀୟ ସାମ୍ବାଦିକାଙ୍କୁ ଗୁଳିମାଡ଼

ଖବର ସଂଗ୍ରହ କରିବା ସମୟରେ ଅଷ୍ଟ୍ରେଲୀୟ ସାମ୍ବାଦିକାଙ୍କୁ ଗୁଳିମାଡ଼

ନୂଆଦିଲ୍ଲୀ: ଆମେରିକାର ଲସ୍ ଆଞ୍ଜେଲସ୍‌ରେ ପ୍ରବାସୀ ବିରୋଧୀ ପ୍ରତିବାଦ ଉପରେ ରିପୋର୍ଟିଂ କରୁଥିବା ସମୟରେ ଜଣେ ଅଷ୍ଟ୍ରେଲୀୟ ସାମ୍ବାଦିକାଙ୍କୁ ରବର ଗୁଳି ମାଡ଼ କରାଯାଇଥିଲା, ଏହି ଘଟଣା କ୍ୟାମେରାରେ ଲାଇଭ୍ କଏଦ୍ ହୋଇଥିଲା। ରବିବାର ଦିନ ନାଇନ୍ ନ୍ୟୁଜ୍ ଆମେରିକାର ସମ୍ବାଦିକା ଲରେନ୍ ଟୋମାସି କ୍ୟାମେରାରେ ରିପୋର୍ଟିଂ କରୁଥିବା ସମୟରେ ତାଙ୍କ ଗୋଡ଼ରେ ଗୁଳି ବାଜିଥିଲା, ଘଟଣାର ଏବେ ଭାଇରାଲ୍ ହୋଇଥିବା ଫୁଟେଜ୍ ଦେଖାଯାଇଛି।

ଭିଡିଓରେ ଲସ ଏଞ୍ଜେଲ୍ସରେ ଚାଲିଥିବା ହିଂସାପୂର୍ଣ୍ଣ ବାତାବରଣର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଘଟଣାର ଲାଇଭ ରିପୋର୍ଟିଂ ପାଇଁ ଲାରେନ ସାମ୍ନାକୁ ଆସି କ୍ୟାମେରା ସାମ୍ନାରେ ଛିଡ଼ା ହୋଇ ଖବର ଦେଉଥିବା ବେଳେ ତାଙ୍କୁ ଗୁଳି କରାଯାଇଥିଲା। ଏହି ଗୁଳି ପୁଲିସ ବନ୍ଧୁକରୁ ଫୁଟିଥିବା ଅଭିଯୋଗ ‌ହୋଇଛି। ଲସ ଏଞ୍ଜେଲ୍ସ ପୁଲିସର ରବର  ଗୁଳି ଲାରେନଙ୍କ ଗୋଡରେ ଆସି ବାଜିଥିଲା। ଏଥିରେ ସାମ୍ବାଦିକ ସାମାନ୍ୟ ଆହତ ହୋଇଥିବା ବେଳେ ବିଶେଷ କିଛି କ୍ଷତି ପହଞ୍ଚି ନଥିବା ଯାଞ୍ଚ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking