16.1 C
Bhubaneswar
Thursday, February 5, 2026
Homeଓଡିଶାରାଜ୍ୟର ମାଁ ଓ ଭଉଣୀଙ୍କ ବିକାଶ ପ୍ରତି ତାତ୍ସଲ୍ୟ: ଐଶ୍ୱର୍ଯ୍ୟା ବିଶ୍ୱାଳ

ରାଜ୍ୟର ମାଁ ଓ ଭଉଣୀଙ୍କ ବିକାଶ ପ୍ରତି ତାତ୍ସଲ୍ୟ: ଐଶ୍ୱର୍ଯ୍ୟା ବିଶ୍ୱାଳ

ଭୁବନେଶ୍ୱର: ରାଜ୍ୟ ଏବଂ ବିଶେଷ ଭାବେ ମହିଳାଙ୍କ ବିକାଶ ପାଇଁ ଓଡିଶାବାସୀ ବିଜୁ ଜନତା ଦଳକୁ ଯଥେଷ୍ଟ ସମୟ ଦେଇଥିଲେ । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ, ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୨୪ ବର୍ଷ ଧରି ବିଜେଡି ନେତାମାନେ ରାଜ୍ୟକୁ ବିକାଶ ପରିବର୍ତେ ବିନାଶ ଆଡକୁ ନେଇଯାଇଥିଲେ । ବିଜେଡିର ଗର୍ବ ଓ ଅହଂକାରର ପତନ ଘଟାଇ ଗତ ସାଧାରଣ ନିର୍ବାଚନରେ ରାଜ୍ୟବାସୀ ଶକ୍ତ ଜାବୁଡା ଦେବା ପରେ ବି ତାଙ୍କ ଦୋଷ ଯାଉନାହିଁ । ନିଜର ଶାସନ କାଳରେ ମହିଳାଙ୍କୁ କେବଳ ଭୋଟବ୍ୟାଂକ କରି ରାଜନୀତି କରୁଥିବା ବିଜେଡିର ଅସଲ ଚେହେରା ପଦାରେ ପଡିଯାଇଛି । ମହିଳା ସଶକ୍ତିକରଣ ବହୁ ଦୂର କଥା, ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହେବା କାରଣରୁ ମହିଳା ନିର୍ଯ୍ୟାତନା କ୍ଷେତ୍ରରେ ଓଡିଶାର ସ୍ଥାନ ସମଗ୍ର ଦେଶରେ ପ୍ରଥମ ଥିଲା । ନାରୀ ନିର୍ଯ୍ୟାତନାର ଏନ୍ତୁଡିଶାଳ ହେଉଛି ବିଜେଡି ବୋଲି କାହାକୁ ଅଛପା ନାହିଁ । ମହିଳା ସଶକ୍ତୀକରଣ କ୍ଷେତ୍ରରେ ନିଜ ଶାସନ କାଳରେ ବିଜେଡି ଯାହା କରିପାରିନଥିଲା, ତାହା ପ୍ରଥମ ଥର ପାଇଁ ସରକାର ଗଠନ କରିଥିବା ବିଜେପିର ମାତ୍ର ୧୧ ମାସ ଶାସନ କାଳରେ ସମ୍ଭବ ହୋଇଯାଉଥିବା ଦେଖି ବିଜେଡି ନେତ୍ରୀ ଆଜି ବିଳିବିଳେଇବା ଆରମ୍ଭ କରିଦେଇଛନ୍ତି, ଯାହାକି ବିଜେଡି ପାଇଁ ସ୍ୱାଭାବିକ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ।

କଥାରେ ଅଛି, “ଯାହା ନହେଲା ବାଲ୍ୟକାଳେ, ତାହା କି ହେବ ବୃଦ୍ଧ କାଳେ ?” ଜ୍ଞାନ ନଥାଇ, କିଛି ନ ଜାଣି, ଖାଲି ବଖାଣିବା ଏବଂ ମିଛଠାରେ ଚିତ୍କାର କରିବା ହେଉଛି ବିଜେଡି ନେତୃବୃନ୍ଦଙ୍କ ପୁରୁଣା ଅଭ୍ୟାସ । ବିନା କୈାଣସି ତଥ୍ୟ ବା ସତ୍ୟ ଆଧାରରେ ଆକ୍ଷେପ କରିବା ହେଉଛି ବିଜେଡି ନେତା ଓ ନେତ୍ରୀଙ୍କ ପୁରୁଣା ରୋଗ । ନୂଆ କରି ବିଜେଡିର ନେତ୍ରୀ ସାଜିଥିବା ଲେଖାଶ୍ରୀ ବା କେମିତି ଏଥିରୁ ବାଦ ପଡିବେ? ମହିଳାଙ୍କୁ ସବୁବେଳେ ପ୍ରତାରଣା, ପ୍ରବଂଚ୍ଛନା ଓ ଅସମ୍ମାନ କରିଆସୁଥିବା ବିଜେଡିର ନେତ୍ରୀ ଦୟାକରି ନିଜ ଅଭ୍ୟାସରୁ ନିବୃତ ରହି ମାଁ ଓ ଭଉଣୀଙ୍କୁ ସମ୍ମାନ ଦେବା ଶିଖନ୍ତୁ ବୋଲି ଡା.ବିଶ୍ୱାଳ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ତଥ୍ୟ ଆଧାରରେ ଓଡିଶା ଆଜି ଧାର୍ଯ୍ୟ ଲକ୍ଷ୍ୟର ୯୩ ପ୍ରତିଶତ ହାସଲ କରି ଏକ ନମ୍ବର ସ୍ଥାନ ହାସଲ କରିଛି । ବାସ୍ତବରେ ବିଜେପି ସରକାରର ସଫଳତା ଏବଂ ମହିଳାଙ୍କ ବିକାଶ ପ୍ରତି ପ୍ରତିବଦ୍ଧତାକୁ ନେଇ ବିଜେଡି ନେତ୍ରୀ ଅସହିଷ୍ଣୁ ହୋଇପଡିଛନ୍ତି । ସମଗ୍ର ଦେଶରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଲକ୍ଷପତି ଦିଦି ଯୋଜନାର ସଫଳତା ଏବଂ ଓଡିଶାର ମାଁ ଓ ଭଉଣୀମାନେ ସର୍ବାଧିକ ଉପକୃତ ହୋଇଥିବାର ଜାଣି ବିଜେଡି ନେତ୍ରୀ ଇର୍ଷାନ୍ୱିତ ହୋଇପଡିଛନ୍ତି । ରାଜ୍ୟର ମାଁ ଓ ଭଉଣୀଙ୍କ ବିକାଶକୁ ସହି ପାରୁନାହାନ୍ତି । ବାସ୍ତବରେ ଲକ୍ଷପତି ଦିଦି ସଂପର୍କରେ ସବୁ ତଥ୍ୟ ଜାଣି ବି ଅଜଣା ହେବାର ନାଟକ ଲେଖାଶ୍ରୀ ଅତି ସୁନ୍ଦର ଭାବେ କରିପାରୁୁଛନ୍ତି । ଯାହାକି ରାଜ୍ୟର ମାଁ ଓ ଭଉଣୀଙ୍କ ବିକାଶ ପ୍ରତି କେବଳ ତାତ୍ସଲ୍ୟ ବୋଲି ଡା.ବିଶ୍ୱାଳ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking