40.3 C
Bhubaneswar
Thursday, March 27, 2025
Homeଦେଶ ବିଦେଶସାଙ୍ଗର ବିବାହରେ ଯୋଗ ଦେବା ମହିଳାଙ୍କୁ ପଡିଲା ମହଙ୍ଗା

ସାଙ୍ଗର ବିବାହରେ ଯୋଗ ଦେବା ମହିଳାଙ୍କୁ ପଡିଲା ମହଙ୍ଗା

ନୂଆଦିଲ୍ଲୀ: ବିବାହ ଦିନକୁ ଦିନ ଏକ ମହଙ୍ଗା ଉତ୍ସବ ହେବାରେ ଲାଗିଛି । କିନ୍ତୁ ସବୁଠୁ ଘନିଷ୍ଠ ସାଙ୍ଗର ବିବାହରେ ଯୋଗ ଦେବା ଯଦି ଖୁବ୍ ମହଙ୍ଗା ହୁଏ, ତେବେ ତାହା ଅତି ଯନ୍ତ୍ରଣାଦାୟକ ଅନୁଭବ ହୁଏ । ରେଡିଟ୍‌ରେ ଏକ ପୋଷ୍ଟ୍ ଭାଇରାଲ ହେଉଛି, ଯେଉଁଥିରେ ଜଣେ ମହିଳା ବର୍ଣ୍ଣନା କରିଛନ୍ତି ଯେ ତାଙ୍କର ସବୁଠୁ ନିବିଡ଼ ସାଙ୍ଗର ବିବାହରେ କନ୍ୟାସାଥୀ ହେବାକୁ ସାଙ୍ଗ ୧ ହଜାର ଡଲାର ବା ୯୦ ହଜାର ଟଙ୍କା ଦାବି କଲା । ଏହି ଅପ୍ରତ୍ୟାଶିତ ଆର୍ôଥକ ବୋଝ ସାଙ୍ଗ ବିବାହରେ ତାଙ୍କର ଭୂମିକା ଉପରେ ପ୍ରଶ୍ନ ଉଠାଇଲା । ପିପଲ୍ ଡଟ୍ କମ୍‌ର ଏକ ରିପୋର୍ଟ ଅନୁସାରେ, ନିଜର ସବୁଠୁ ଘନିଷ୍ଠ ସାଙ୍ଗ ମେଗାନଙ୍କ ବିବାହରେ ମହିଳାଙ୍କୁ ଅନ୍ୟତମ କନ୍ୟାସାଥୀ ହେବାକୁ କୁହାଗଲା । ଏହା ଶୁଣି ସେ ଖୁବ୍ ଉତ୍ସାହିତ ହୋଇଗଲେ । କାରଣ ଉଭୟଙ୍କ ବନ୍ଧୁତା ଦୀର୍ଘ ବର୍ଷ ପୁରୁଣା ଥିଲା ଏବଂ ଏଭଳି ଏକ ଖାସ୍ ମୁହୂର୍ତ୍ତର ଅଂଶ ହେବା ମହିଳାଙ୍କ ପାଇଁ ସମ୍ମାନ ଥିଲା । କିନ୍ତୁ ମେଗାନ ଯେତେବେଳେ ଖର୍ଚ୍ଚର ଏକ ସବିଶେଷ ତାଲିକା ତାଙ୍କୁ ମେଲ୍ କଲେ, ତାଙ୍କ ଖୁସି ଓ ଉତ୍ସାହ ତୁରନ୍ତ ମଉଳିଗଲା ।

ଏକ ବୁଟିକ୍‌ରୁ ନିର୍ଦ୍ଦିଷ୍ଟ ଡ୍ରେସ୍ ବାବଦକୁ ୪୧,୫୦୦ ଟଙ୍କା, କେଶସଜ୍ଜା ଓ ମେକ୍‌ଅପ ଖର୍ଚ୍ଚ ୨୫ ହଜାର, କନ୍ୟାର ଏକ ଉପହାର ପାଇଁ ୧୨,୫୦୦ ଟଙ୍କା, ଏକ ବିଳାସପୂର୍ଣ୍ଣ ରିସର୍ଟରେ ବ୍ୟାଚ୍‌ଲର ପାର୍ଟି ପାଇଁ ୮,୩୦୦ ଟଙ୍କା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୪,୧୦୦ ଟଙ୍କାର ଏକ ତାଲିକା ମେଗାନ ମହିଳାଙ୍କୁ ମେଲ୍ କରିଥିଲେ । ସାଙ୍ଗ ତରଫରୁ ଏଭଳି ମେଲ୍ ଦେଖି ମହିଳା ଖୁବ୍ ଦୁଃଖିତ ହେଲେ । ବିବାହରେ ବହୁତ ଖର୍ଚ୍ଚ ହୁଏ, କିନ୍ତୁ ବିବାହରେ ଯୋଗ ଦେଉଥିବା ଲୋକଙ୍କୁ ଏହି ଅର୍ଥ ମାଗିବା, ଖାସ୍‌କରି ନିଜର ସବୁଠୁ ଭଲ ସାଙ୍ଗକୁ ମାଗିବା ଭୁଲ ବୋଲି ସେ ଚିନ୍ତାକଲେ । ତେଣୁ ମେଗାନଙ୍କ ପାଖରେ ପହଞ୍ଚି ନିଜର ଦାୟିତ୍ୱ ଓ ଆର୍ôଥକ ସମସ୍ୟା ଯୋଗୁ ଏତେ ଅଧିକ ଟଙ୍କା ଦେଇପାରିବେ ନାହିଁ ବୋଲି ସାଙ୍ଗଙ୍କୁ ବୁଝାଇବେ ବୋଲି ସେ ଚିନ୍ତାକଲେ । କିନ୍ତୁ ମେଗାନଙ୍କଠୁ ଯେଉଁ ପ୍ରତିକ୍ରିୟା ସେ ପାଇଲେ, ତାହା କଦାପି ଆଶା କରିନଥିଲେ । ମେଗାନ ସେ ସମସ୍ତ ଖର୍ଚ୍ଚକୁ ଠିକ୍ ବୋଲି ଦର୍ଶାଇଲେ ଏବଂ ଆଜିକାଲି ବିବାହରେ ଏ ସବୁ ସାଧାରଣ କଥା ବୋଲି କହିଲେ । ଆହୁରି କହିଲେ, ଯଦି ମୋ ବିବାହରେ ତୁମେ ଏହି ଖର୍ଚ୍ଚ କରିପାରିବ ନାହିଁ, ଠିକ୍ ଅଛି, କିନ୍ତୁ ମୁଁ କାହା ପାଇଁ ମୋର ଯୋଜନାକୁ ବଦଳାଇବି ନାହିଁ । ଅତି ଘନିଷ୍ଠ ସାଙ୍ଗର ପ୍ରତିକ୍ରିୟା ମହିଳାଙ୍କୁ ଖୁବ୍ ଆଘାତ ଦେଲା । ସେ ସର୍ବଦା ମେଗାନଙ୍କୁ ସମର୍ଥନ କରିଆସିଛନ୍ତି ଏବଂ ତାଙ୍କ ସହିତ ଅଛନ୍ତି । କିନ୍ତୁ ମେଗାନଙ୍କଠୁ ଏଭଳି ଚରମ ବାଣୀର ସମ୍ମୁଖୀନ ହେବେ ବୋଲି କେବେ ଆଶା କରିନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking